ଭାଇର ଚଞ୍ଚକତା ଧରାଇ ଦେଲା ଭାଇ, ଶେଷରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 10, 2022

ଭାଇର ଚଞ୍ଚକତା ଧରାଇ ଦେଲା ଭାଇ, ଶେଷରେ…

କଣ୍ଟାବାଞ୍ଚି(ଅନ୍ତିମ ପାଣିଗ୍ରାହୀ): ଭାଇର ଚଞ୍ଚକତାକୁ ଧରା ପକାଇ ଦେଲା ଭାଇ। ଫଳରେ ଭାଇ ଅଭିଯୋଗରେ ବନ୍ଧା ହେଲା ଆଉ ଜଣେ ଭାଇ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର  ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ପଞ୍ଚlୟତ ହଦହଦା ଗ୍ରାମର ଆଶିଷ କୁମାର ମିଶ୍ର ଏବେ କଟକ ହାଇକୋର୍ଟରେ ଆଇନଜୀବୀ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ପୈତୃକ ଜମିକୁ ଗତ ୨୦୨୦ ମସିହାରେ କେହି ଚଞ୍ଚକତା କରି ଫସଲବୀମା କରିଥିବା ଅଭିଯୋଗ ହୋଇଥିଲା । ସେ ଏ ନେଇ ମୁରିବାହାଲ ଥାନାରେ ଏତଲା ଦେବା ସହ ହାଇକୋର୍ଟରେ ମାମଲା ରୁଜୁ  କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୁରିବାହାଲ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ଅଭିଯୋଗକାରୀ ଆଶିଷଙ୍କ ନିଜ କାକା ପୁଅ ଭାଇ ଅମ୍ବୁଜାକ୍ଷ ମିଶ୍ର ହିଁ ଫସଲବୀମାରେ ସମସ୍ତ ପ୍ରକାର ଚଞ୍ଚକତା କରିଥିବା ସ୍ପଷ୍ଟ ପ୍ରମାଣ ମିଳିଥିଲା। ଯାହା ଫଳରେ ଅଭିଯୁକ୍ତ ଅମ୍ବୁଜାକ୍ଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମୁରିବାହାଲ ପୁଲିସ୍‌ । ଜାମିନ ଆବେଦନ ନାମାଞ୍ଜୁର ହେବାରୁ ତାଙ୍କୁ କଣ୍ଟାବାଞ୍ଜି ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ଫସଲବୀମାରେ ଚଞ୍ଚକତା ନେଇ ବହୁ ଏତଲା ହୋଇଥିଲେ ମଧ୍ୟ ପୁଲିସ୍‌ ଦୀର୍ଘ ୨ ବର୍ଷ ପରେ ମାତ୍ର ଗୋଟିଏ ପୁରୁଣା ମାମଲାରେ ଜଣଙ୍କୁ ଗିରଫ କରିବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ପୁଲିସ୍‌ ପ୍ରତିକ୍ରିୟା ମିଳିପାରିନାହିଁ l

The post ଭାଇର ଚଞ୍ଚକତା ଧରାଇ ଦେଲା ଭାଇ, ଶେଷରେ… appeared first on Odisha Reporter.



from Odisha Reporter https://ift.tt/g5rpBQF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages