ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 27, 2022

ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର ମୃତ୍ୟୁ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ୬ଟି ରାଜ୍ୟର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ  ୫୫ ବର୍ଷ ହୋଇଥିଲା। ସନ୍ଦିପଙ୍କ ଘର ବିହାରର ଗୟା ଜିଲ୍ଲାରେ।

ସନ୍ଦିପଙ୍କ ବିରୋଧରେ ଓଡିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଏହି ୬ ରାଜ୍ୟରେ ୫୦୦ରୁ ଅଧିକ ମାମଲା ରହିଛି। ବିଭିନ୍ନ ରାଜ୍ୟରେ ସନ୍ଦିପଙ୍କ ବିରୋଧରେ ରହିଥିବା ପୁରସ୍କାର ରାଶିକୁ ମିଶାଇଲେ ପ୍ରାୟ ୮୪ ଲକ୍ଷ ଟଙ୍କା ହେବ।

ଗତ ତିନି ଦଶନ୍ଧି ହେଲା ୬ଟି ରାଜ୍ୟର ଲୋକଙ୍କ ମନ ଭିତରେ ଭୟ ସଂଚାର କରିବା ସହ ପୁଲିସର ନିଦ ହଜାଇ ଦେଇଥିଲେ ନକ୍ସଲ କମାଣ୍ଡର ସନ୍ଦିପ।  ତେବେ ସନ୍ଦିପଙ୍କୁ ଧୋକ୍କା ଦେଇ ବିଷ ଦିଆଯାଇଥିବା ଜଣାପଡ଼ିଛି। ସନ୍ଦିପର ମୃତ୍ୟୁ ପରେ ନକ୍ସଲ ସଂଗଠନକୁ ଏକ ବଡ଼ ଝଟକା ଲାଗିଥିବା କୁହାଯାଉଛି।

The post ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦିପ ଯାଦବର ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/y3Phsg1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages