ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସଞ୍ଜୟ ରାଉତ ଓ ସଞ୍ଜୟ ପାୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 27, 2022

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସଞ୍ଜୟ ରାଉତ ଓ ସଞ୍ଜୟ ପାୱାର

ମୁମ୍ବାଇ: ଜୁନ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ଓ କୋଲାପୁର ଶିବସେନା ସଭାପତି ସଞ୍ଜୟ ପାୱାର। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ତେବେ ପୂର୍ବତନ ସାଂସଦ ସମ୍ବାଜୀରାଜେ ଛତ୍ରପତି ଏଥର ରାଜ୍ୟସଭା ନିର୍ବାଚନ ଲଢ଼ିବେ କି ନାହିଁ, ସେ ସମ୍ପର୍କରେ ଆଜି ହିଁ ଘୋଷଣା କରିବେ। ସପ୍ତାହକ ତଳେ ଛତ୍ରପତି ସ୍ୱାଧୀନ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ଫୋନ କରି ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ତେବେ ଏମାନେ ଛତ୍ରପତିଙ୍କୁ ସମର୍ଥନ କରିବେ କି ନାହିଁ, ସେକଥା ଜଣାପଡ଼ିନି।

ସୂଚନାଯୋଗ୍ୟ, ଜୁଲାଇ ୪ରେ ଭେଟରାନ କଂଗ୍ରେସ ନେତା ପି ଚିଦାମ୍ବରମ, ଏନସିପିର ପ୍ରଫୁଲ ପଟେଲ, ବିଜେପିର ପୀୟୂଷ ଗୋଏଲ, ବିକାଶ ମହାତମେ ଓ ବିନୟ ସହସ୍ରବୁଦ୍ଧେ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରାଜ୍ୟସଭାର କାର୍ଯ୍ୟକାଳ ସରିବ। ପଟେଲ, ଚିଦାମ୍ବରମ, ଗୋଏଲ ଓ ରାଉତ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହେବେ। ଯଦି ସହସ୍ରବୁଦ୍ଧେଙ୍କୁ ରାଜ୍ୟସଭା ଟିକେଟ ନ ମିଳେ, ତା’ହେଲେ ପୂର୍ବତନ ମନ୍ତ୍ରୀ ଅନୀଲ ବୋନ୍ଦେ ଓ ବିଜେପିର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ସୁଯୋଗ ମିଳିପାରେ। ଶିବସେନା ପକ୍ଷରୁ ରାଉତ ଓ ପାୱାର ନାମାଙ୍କନ ଦାଖଲ କରିଥିଲେ ହେଁ କଂଗ୍ରେସ, ଏନସିପି ଓ ବିଜେପି ପକ୍ଷରୁ ଏଯାଏ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନି।

The post ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସଞ୍ଜୟ ରାଉତ ଓ ସଞ୍ଜୟ ପାୱାର appeared first on Odisha Reporter.



from Odisha Reporter https://ift.tt/CK1sexM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages