ନ୍ୟୁୟର୍କ: ପୁଣି ଥରେ ବିବାଦ ଘେରରେ ଫସିଛି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘ଟ୍ୱିଟର’ । ବିଗତ ଛଅ ବର୍ଷ ମଧ୍ୟରେ ଉପଭୋକ୍ତାଙ୍କ ତଥ୍ୟକୁ ଗୋପନୀୟ ରଖି ନ ଥିବା ଅଭିଯୋଗରେ ଟ୍ୱିଟର ଗଣିବ ତଣ୍ଡ । ଟ୍ୱିଟର ଉପରେ ପଡ଼ିଛି ୧୫୦ ମିଲିୟନ୍ ଡଲାର୍ ଜରିମାନା। ଏହା ସହିତ ଉପଭୋକ୍ତା ତଥ୍ୟକୁ ସୁରକ୍ଷା ଦେବା ପାଇଁ ନୂତନ ମାନକ ପ୍ରସ୍ତୁତ କରିବାକୁ ଟ୍ୱିଟରକୁ ଦିଆଯାଇଛି ନିର୍ଦ୍ଦେଶ । ଫେଡେରାଲ୍ ବାଣିଜ୍ୟ ଆୟୋଗ ଓ ନ୍ୟାୟିକ ବିଭାଗ ଏହି ମାମଲାର ଶୁଣାଣି କରି ବୁଧବାର ଏହି ଘୋଷଣା କରିଛନ୍ତି। ଟ୍ୱିଟର ୟୁଜର୍ସଙ୍କୁ ଧୋକା ଦେଇ 2011 FTC ଆଦେଶକୁ ଉଲ୍ଲଂଘନ କରିଥିବା ଶୁଣାଣି ବେଳେ କୁହାଯାଇଛି।
ଆମେରିକା ସରକାର ଅଭିଯୋଗ କରିଛନ୍ତି ଯେ ମେ ୨୦୧୩ ରୁ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ଟ୍ୱିଟର ନିଜ ୟୁଜର୍ସଙ୍କ ଫୋନ୍ ନମ୍ବର ଏବଂ ଇମେଲ୍ ଠିକଣା ସଂଗ୍ରହ କରିଥିଲା। ଆକାଉଣ୍ଟଗୁଡିକର ସୁରକ୍ଷା ପାଇଁ ଏପରି ଡାଟା ସଂଗ୍ରହ କରାଯାଉଥିବା ସେତେବେଳେ ଟ୍ୱିଟର ପକ୍ଷରୁ କୁହାଯାଇଥିଲା। କିନ୍ତୁ ଟ୍ୱିଟର ନିଜ ପ୍ଲାଟଫର୍ମରେ ଆସୁଥିବା ଅନଲାଇନ୍ ବିଜ୍ଞାପନକୁ ଉପଭୋକ୍ତାଙ୍କ ନିକଟରେ ପଠାଇବାକୁ ଏହି ବ୍ୟକ୍ତିଗତ ଡାଟା ବ୍ୟବହାର କରିଛି ନା ନାହିଁ ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ ୟୁଜର୍ସଙ୍କୁ କିଛି ସୂଚନା ଦିଆଯାଇନି । ବୁଧବାର ଦାଖଲ ହୋଇଥିବା ଏକ ଫେଡେରାଲ୍ ମକଦ୍ଦମାରେ ନିୟାମକମାନେ ଅଭିଯୋଗ କରିଛନ୍ତି ଯେ ଟ୍ୱିଟର ମିଥ୍ୟା ସତ୍ୟପାଠ କରି ୟୁରୋପୀୟ ୟୁନିଅନ୍ ଏବଂ ସ୍ୱିଜରଲ୍ୟାଣ୍ଡ ସହିତ ଗୋପନୀୟ ଚୁକ୍ତିନାମା ପାଳନ କରୁଥିବା କହିଛି ।
ଆମେରିକାର ଆଟର୍ଣ୍ଣି ଷ୍ଟେଫନି ହିଣ୍ଡ୍ସ କହିଛନ୍ତି ଯେ ଯେଉଁ ଉପଭୋକ୍ତାମାନେ ସେମାନଙ୍କର ବ୍ୟକ୍ତିଗତ ସୂଚନା ସୋଶାଲ ମିଡିଆରେ ଶେଆର କରୁଛନ୍ତି, ସେମାନଙ୍କର ଏହା ଜାଣିବାର ଅଧିକାର ରହିଛି ଯେ, ସେମାନଙ୍କ ତଥ୍ୟ ବିଜ୍ଞାପନଦାତାଙ୍କ ନିକଟକୁ ପଠାଯାଉଛି କି ନାହିଁ।
ଏଥିସହ କୁହାଯାଇଛି, ଗତ ୨୦ ବର୍ଷ ମଧ୍ୟରେ, ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ପରି ଟପ୍ – ୧୦ ସୋଶାଲ ମିଡିଆ ପ୍ଲାଟଫର୍ମରେ ୧୯ ବିଲିୟନ ସକ୍ରିୟ ୟୁଜର୍ସ ଅଛନ୍ତି । ଏଥଇରୁ ସ୍ପଷ୍ଟ ହେଉଛି ୮ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଦୁନିଆରେ ହାରାହାରି ପ୍ରତ୍ୟେକ ବ୍ୟକ୍ତି ୨ ରୁ ଅଧିକ ପ୍ଲାଟଫର୍ମରେ ଉପସ୍ଥିତ ଅଛନ୍ତି । ଏହାଦ୍ୱାରା ସମାଜରେ ମିଥ୍ୟା ଖବର ଏବଂ ଘୃଣ୍ୟ ବକ୍ତବ୍ୟ ବିସ୍ତାର କରିବାର ଗତି ମଧ୍ୟ ବହୁଗୁଣିତ ହୋଇଛି ।
ରଏଟର୍ସ ରିପୋର୍ଟ ଅନୁଯାୟୀ, କରୋନା ଅବଧୀ ସମୟରେ ସୋଶାଲ ମିଡିଆରେ ମିଥ୍ୟା ଖବର ୯୦୦ % ବୃଦ୍ଧି ପାଇଛି। ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଫେସବୁକରେ ୪-୫ କୋଟି ଭୁଲ ତଥ୍ୟ ପୋଷ୍ଟ କରାଯାଇଥିଲା ଏବଂ ଟ୍ୱିଟରରେ ୧୫-୨୦ ଲକ୍ଷ ଆକାଉଣ୍ଟ କେବଳ ମିଥ୍ୟା ଖବର ପ୍ରଚାର କରିବାରେ ଲାଗିଥିଲା। କେବଳ ଏତିକି ନୁହେଁ, ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ କହୁଛି, ଯେଉଁମାନେ ୩୦ ମିନିଟରୁ ଅଧିକ ସମୟ ଧରି ସୋଶାଲ ମିଡିଆ ବ୍ୟବହାର କରନ୍ତି, ସେମାନେ ମଧ୍ୟ ଏକାକୀପଣ ସମସ୍ୟାର ଶିକାର ହେଉଛନ୍ତି ।
The post ଟ୍ୱିଟର ବିରୋଧରେ ସାଂଘାତିକ ଅଭିଯୋଗ, ଗଣିବ ୧୫୦ ମିଲିୟନ୍ ଡଲାର୍ ଜରିମାନା appeared first on Odisha Reporter.
from Odisha Reporter https://ift.tt/9EIGx0W
No comments:
Post a Comment