ଗଛରେ ପିଟି ହୋଇ ଓଲଟି ପଡ଼ିଲା ଭ୍ୟାନ୍‌, ୧୬ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 26, 2022

ଗଛରେ ପିଟି ହୋଇ ଓଲଟି ପଡ଼ିଲା ଭ୍ୟାନ୍‌, ୧୬ ଆହତ

ଭଞ୍ଜନଗର(ଓଡ଼ିଶା ରିପୋର୍ଟର):  ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୂତପଙ୍କାଳ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସମସ୍ତଙ୍କୁ ପ୍ରଥମେ ଗାଜଲବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୪ ଜଣ ଗୁରୁତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ନରେନ୍ଦ୍ରପୁର ଗାଁର ଲୋକମାନେ ଦାରିଙ୍ଗିବାଡ଼ିରୁ ନିର୍ବଦ୍ଧ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଭୂତପଙ୍କାଳ ନିକଟରେ ଭ୍ୟାନ୍‌ଟି ଭାରସାମ୍ୟ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ସୋରଡ଼ା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଗାଡ଼ିରେ ଡ୍ରାଇଭର ସମେତ ୨୧ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

 

 

 

The post ଗଛରେ ପିଟି ହୋଇ ଓଲଟି ପଡ଼ିଲା ଭ୍ୟାନ୍‌, ୧୬ ଆହତ appeared first on Odisha Reporter.



from Odisha Reporter https://ift.tt/kutFar6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages