ହଠାତ୍‌ କ୍ରେନରୁ ଖସିଲା ଓଜନିଆ ଜିନିଷ, ତଳେ ଚାପି ହୋଇଗଲେ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 26, 2022

ହଠାତ୍‌ କ୍ରେନରୁ ଖସିଲା ଓଜନିଆ ଜିନିଷ, ତଳେ ଚାପି ହୋଇଗଲେ ଶ୍ରମିକ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହଠାତ୍‌ କ୍ରେନରୁ ଖସି ପଡ଼ିଲା ୧ ଟନ ଓଜନର ଜିନିଷ । ଆଉ ତା’ ତଳେ ଚାପି ହୋଇ ଛଟପଟ ହେଲେ  ଶ୍ରମିକ । ଶେଷରେ ଶ୍ରମିକଜଣକ ଆଖି ବୁଜିଥିବା ବେଳେ ଏହାକୁ ନେଇ ହୀରାକୁଦସ୍ଥିତ ହିଣ୍ଡାଲକୋ କାରଖାନା ପରିସରରେ ଦେଖାଦେଇଛି ଉତ୍ତେଜନା । ମୃତ ଶ୍ରମିକଜଣକ ହେଲେ ମଣ୍ଟୁ ଖମାରୀ । ତାଙ୍କ ଘର ହୀରାକୁଦ ଟାଉନରେ ବୋଲି ଜଣାପଡିଛି  ।

ଗତକାଲି ହିଣ୍ଡାଲକୋର ସ୍ମେଲଟର ପ୍ଲାଣ୍ଟର ଲାଇନ-୪ରେ କାମ ଚାଲିଥିବାବେଳେ ହଠାତ ଏକ କ୍ରେନରୁ ପ୍ରାୟ ୧ ଟନ ଓଜନର ଜିନିଷ ଖସିପଡିଥିଲା। ଉକ୍ତ ସମୟରେ ସେଠାରେ କାମ କରୁଥିବା ମଣ୍ଟୁ ତାହା ତଳେ ଚାପି ହୋଇ ରହିଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ହୀରାକୁଦ ଥାନା ଆଇଆଇସି ଓ  SDPO  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ମୃତ ଶ୍ରମିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ହିଣ୍ଡାଲକୋ କାରଖାନା ମୁଖ୍ୟ ଫାଟକ ସାମନାରେ ମୃତ ଦେହ ରଖି ଆନ୍ଦୋଳନ କରିଛନ୍ତି ଶ୍ରମିକ  ।ପୁଲିସ୍‌  ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନି।

The post ହଠାତ୍‌ କ୍ରେନରୁ ଖସିଲା ଓଜନିଆ ଜିନିଷ, ତଳେ ଚାପି ହୋଇଗଲେ ଶ୍ରମିକ appeared first on Odisha Reporter.



from Odisha Reporter https://ift.tt/pIoQOd4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages