କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ଡାକିଆ ରାସ୍ତାର ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ ଜେସିବି ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ବସ୍ଟି ଗଣ୍ଡାକିଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ବୀପରିତ ଦିଗରୁ ଆସୁଥିବା ଜେସିବି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ବସ୍ରେ ଡ୍ରାଇଭର ସମେତ ୫୦ରୁ ଅଧିକ ଯାତ୍ରୀ ଥିଲେ। ହେଲେ ଦୁର୍ଘଟଣାରେ ଜେସିବି ଡ୍ରାଇଭରର କିଛି ହୋଇ ନାହିଁ। ପୁଲିସ ବସ୍ ଓ ଜେସିବିକୁ ଜବତ କରି ଘଟଣାର ତଦନ୍ତ କରୁଛି।
The post ବସ୍-ଜେସିବି ମୁହାଁମୁହିଁ ଧକ୍କା, ୧୨ ଆହତ appeared first on Odisha Reporter.
from Odisha Reporter https://ift.tt/cJteQBC
No comments:
Post a Comment