ପାକିସ୍ତାନରେ ପ୍ରବଳ ହିଂସା, ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 25, 2022

ପାକିସ୍ତାନରେ ପ୍ରବଳ ହିଂସା, ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ  

ଇସଲାମାବାଦ: ଅଶାନ୍ତ ହେଲା ପଡୋଶୀ ଦେଶ ପାକିସ୍ତାନ। ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି। ଏଠାରେ ସତ୍ତା ପରିବର୍ତ୍ତନ ପରେ ପରିସ୍ଥିତି ସୁଧୁରିବା ବଦଳରେ ଆହୁରି ଅଧିକ ଜଟିଳ ହେବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ୍ ଏ ଇନସାଫ(ପିଟିଆଇ) ଦଳର ନେତା ଇମ୍ରାନ ଖାନଙ୍କ ‘ଆଜାଦ’ ମାର୍ଚ୍ଚକୁ ନେଇ ଉତ୍ତେଜନା ଦେଖାଦେଇଛି।  ରାଜଧାନୀ ଇସଲାମାବାଦ ସମେତ, ରାଓ୍ୱଲପିଣ୍ଡି, କରାଚୀ, ଲାହୋର ସହ ଖାଇବର ପଖତୁନଓ୍ୱା ଅଞ୍ଚଳରେ ହିଂସାକାଣ୍ଡ ଦେଖାଦେଇଛି।

ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି। ମେଟ୍ରେ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଇମ୍ରାନଙ୍କ ସମର୍ଥକ। ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।  ନିର୍ବାଚନ ନେଇ ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସେ ଇସଲାମାବାଦ ଛାଡିବେନି ବୋଲି ଚେତାବନୀ ଦେଇଛନ୍ତି।

ସମର୍ଥକଙ୍କୁ ଘଉଡ଼ାଇବାକୁ ବିଭିନ୍ନ ସ୍ଥାନରେ ପୁଲିସ ସହ ମୁହାଁମୁହିଁ ମଧ୍ୟ ହୋଇଛନ୍ତି।  କିଛି ସ୍ଥାନରେ ଲାଠି ଚାର୍ଜର ଖବର ମିଳିଛି।  ଇସଲାମାବାଦରେ ସମସ୍ତ ସରକାରୀ ବିଲ୍ଡିଂର ସୁରକ୍ଷା ଲାଗି ସେନା ମୁତୟନ କରିଛନ୍ତି ପାକିସ୍ତାନ ସରକାର। ରେଡ୍ ଜୋନ୍‌ରେ ଆସୁଥିବା ସମସ୍ତ ସରକାରୀ କୋଠାର ସୁରକ୍ଷା ଲାଗି ସେନା ମୁତୟନ କରାଯାଇଥିବା ପାକିସ୍ତାନ ଗୃହମନ୍ତ୍ରୀ କହିଛନ୍ତି।

The post ପାକିସ୍ତାନରେ ପ୍ରବଳ ହିଂସା, ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ   appeared first on Odisha Reporter.



from Odisha Reporter https://ift.tt/FYgnS8f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages