ଆଳୁ ମସଲା ସାଣ୍ଡ୍ଉଇଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 18, 2022

ଆଳୁ ମସଲା ସାଣ୍ଡ୍ଉଇଚ୍

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ଆଳୁ, ବଟର, କଟା ପିଆଜ, କଟା କଞ୍ଚା ଲଙ୍କା, ଲୁଣ, ହଳଦୀ ଗୁଣ୍ଡ, ଧନିଆ ପାଉଡର ,ଜିରା ପାଉଡର, ଗରମ ମସଲା, ଲଙ୍କା ପାଉଡର, ଟମାଟୋ ସସ୍, ମାୟୋନିଜ

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବ୍ରେଡରେ ଦୁଇ ସାଇଟ୍‌ରେ ବଟର ଲଗାଇ ଦିଅନ୍ତୁ। ଏହାକୁ ଅଳ୍ପ ଆଞ୍ଚରେ ଭାଜନ୍ତୁ। ଏହା ଅଳ୍ପ ଭାଜି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଆଳୁ ମସଲା କରିବା ପାଇଁ  ପ୍ରଥମେ ଆଳୁକୁ ସିଝାଇ ଏକ ପାତ୍ରରେ ରଖନ୍ତୁ। ପରେ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ଓ କଟା କଞ୍ଚା ଲଙ୍କାକୁ ସେଥିରେ ପକାଇ ଭାଜି ଦିଅନ୍ତୁ। ପରେ ସେଥିରେ ଚକଟି ରଖିଥିବା ଆଳୁକୁ ପକାଇ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଧନିଆ ପାଉଡର, ଜିରା ପାଉଡର, ଗରମ ମସଲା ଓ ଲଙ୍କା ପାଉଡର ପକାଇ କିଛି ସମୟ କଷନ୍ତୁ। ତା’ପରେ ଏକପାତ୍ରକୁ ଥଣ୍ଡା ହେବା ପାଇଁ କାଢ଼ି ଦିଅନ୍ତୁ।

ପୂର୍ବରୁ ଭାଜି ରଖିଥିବା ବ୍ରେଡ ଉପରେ ଟମାଟୋ ସସ୍ ଲଗାଇ ଦିଅନ୍ତୁ। ଏହାପରେ ତା’ ଉପରେ ଆଳୁ ମସଲାକୁ ଦେଇ ଦିଅନ୍ତୁ। ତା’ ପରେ ସେଥିରେ ଆପଣଙ୍କ ପସନ୍ଦ ଅନୁସାରେ ମାୟୋନିଜ ଲଗାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ମସଲା ସାଣ୍ଡ୍ଉଇଚ୍।

 

The post ଆଳୁ ମସଲା ସାଣ୍ଡ୍ଉଇଚ୍ appeared first on Odisha Reporter.



from Odisha Reporter https://ift.tt/0wPDhYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages