ଆସାମରେ ବନ୍ୟା ବିପର୍ଯ୍ୟୟ : ଗଲାଣି ୯ ଜୀବନ , ୬ ଲକ୍ଷ ଲୋକେ ପ୍ରଭାବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 18, 2022

ଆସାମରେ ବନ୍ୟା ବିପର୍ଯ୍ୟୟ : ଗଲାଣି ୯ ଜୀବନ , ୬ ଲକ୍ଷ ଲୋକେ ପ୍ରଭାବିତ

ଗୌହାଟି: ଆସାମରେ ପ୍ରକୃତିର ତାଣ୍ଡବ। ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟା କମିବା ପରେ ଆସୁଛି ସାଂଘାତିକ ବିପର୍ଯ୍ୟା ଚିତ୍ର। ବନ୍ୟାରେ ଲୋକଙ୍କ ଚାଷ ବାସ ସବୁ ଉଜୁଡ଼ିଯାଇଛି।  ବନ୍ୟା ବିପର୍ଯ୍ୟୟ ଯୋଗୁ  ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ। ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ  ୨୬ ଜିଲ୍ଲାର ପ୍ରାୟ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି  । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦିମା ହସାଓ ସମେତ ଆହୁରି କିଛି ଅଞ୍ଚଳରେ ବର୍ଷା ତାଣ୍ଡବ ରଚିଛି । ପରିସ୍ଥିତିକୁ ଦେଖି ସେନା ଓ ଆସାମ ରାଇଫଲସର ଯବାନ ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।  କଚ୍ଚାର ଜିଲ୍ଲାରେ ପରିସ୍ଥିତି ସବୁଠୁ ଅଧିକ ଗମ୍ଭୀର ରହିଛି।

କେବଳ କଚ୍ଚାର ଜିଲ୍ଲାରେ ଲକ୍ଷାଧିକ ଲୋକ ପାଣିଘେରରେ ରହିଛନ୍ତି।  ଲୋକମାନେ ଜୀବନ ବିକଳରେ ଅତ୍ୟାବଶ୍ୟକ ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି । ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗିଯାଇଛି । ଏହା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି  ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ, ସେନା, ଏସଡିଆରଏଫ କର୍ମଚାରୀ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଗରୁ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆସାମ ସମେତ ଅରୁଣାଚଳ ପ୍ରଦେଶ, ମେଘାଳୟ, ପଶ୍ଚିମବଂଗ, ସିକ୍କିମ ଅଂଚଳରେ ମଧ୍ୟ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।   ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ବନ୍ୟାସ୍ଥିତି ପଚାରି ବୁଝିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱଶର୍ମା।

The post ଆସାମରେ ବନ୍ୟା ବିପର୍ଯ୍ୟୟ : ଗଲାଣି ୯ ଜୀବନ , ୬ ଲକ୍ଷ ଲୋକେ ପ୍ରଭାବିତ appeared first on Odisha Reporter.



from Odisha Reporter https://ift.tt/FotrNmZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages