ବିଷ ପିଇଦେଲେ ପୁଅବୋହୂ, ମା’ ବି ବାଛିଲେ ସମାନ ବାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 18, 2022

ବିଷ ପିଇଦେଲେ ପୁଅବୋହୂ, ମା’ ବି ବାଛିଲେ ସମାନ ବାଟ

ଆନନ୍ଦପୁର(ମୁନା ସିଂ): ଘରୋଇ କଳହ ନେଲା ସାଂଘାତିକ ରୂପ । ଜୀବନ ହାରିବାକୁ ନିଷ୍ପତ୍ତି ନେଇ ପୁଅବୋହୂ ବିଷ ପିଇଦେଲେ । ଏହା ସହି ନ ପାରି ଶେଷରେ ମା’ ବି ବିଷ ପିଇଦେଲା। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଘଟିଛି । ୩ ଜଣଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାଯାଇଛି।  ସେମାନେ ହେଲେ ପଦନା ଗାଁର ପ୍ରଦୀପ ସାହୁ ତାଙ୍କ ପତ୍ନୀ ଓ ମା’ ।

ସୂଚନାଯୋଗ୍ୟ, ଗତକାଲି ପ୍ରଦୀପଙ୍କ ଘରେ କୌଣସି କାରଣକୁ ନେଇ ଭୀଷଣ କଳହ ଲାଗି ରହିଥିଲା। ଏଥିରେ ଅତିଷ୍ଠ ହୋଇ ପ୍ରଦୀପ ଓ ତାଙ୍କ ପତ୍ନୀ ବିଷ ପିଇ ଦେଇଥିଲେ। ଏହାଦେଖି ଉଭୟ ପତିପତ୍ନୀ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ପୁଅବୋହୂଙ୍କ ଏପରି ଅବସ୍ଥା ଦେଖି ପ୍ରଦୀପଙ୍କ ମା’ ନିଜ ମାନସିକ ଭାରସାମ୍ୟ ହରାଇ ବସିଲେ। ଏହାପରେ ସେ ମଧ୍ୟ ବିଷ ପିଇଦେବାରୁ ତାଙ୍କୁ ମଧ୍ୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେଠାରେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

କ’ଣ ପାଇଁ ପରିବାରର ୩ ଜଣ ଏପରି ଚରମ ନିଷ୍ପତ୍ତି ନେଲେ, କାହିଁକି ବିଷ ପିଇବାକୁ ନିଷ୍ପତ୍ତି ନେଲେ ତାହାର ପ୍ରକୃତ କାରଣ ଜଣାପଡ଼ିନି ।

The post ବିଷ ପିଇଦେଲେ ପୁଅବୋହୂ, ମା’ ବି ବାଛିଲେ ସମାନ ବାଟ appeared first on Odisha Reporter.



from Odisha Reporter https://ift.tt/0AXjrtg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages