କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକ ମାଝୀଗୁଡ଼ା ଗାଁରେ ଗାତରେ ଜମିଥିବା ପାଣିରେ ବୁଡ଼ି ଗତକାଲି ୪ ଶିଶୁ ଆଖି ବୁଜିଥିଲେ। ଏହି ଘଟଣା ପରେ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ କମ୍ପାନୀ ତଥା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି ସହାୟତା ରାଶି।
ସଂପୃକ୍ତ କମ୍ପାନି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି । ସେହିପରି ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।
ରାସ୍ତା ତିଆରି ପାଇଁ ମାଟି ଉଠାଇବା ପରେ ସେଠାରେ ହୋଇଥିବା ପାଣିଭର୍ତ୍ତି ଖାଲରେ ପଡ଼ି ଗତକାଲି ୪ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ମୃତକଙ୍କ ବୟସ ୫ରୁ ୭ ବର୍ଷ । ୪ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳିକା ଥିଲେ ।
ସୂଚନାଯୋଗ୍ୟ, କୋରାପୁଟ ସଦର ଥାନା ପାଇକ ଫୁଲବେଡା ନିକଟରେ ଓଡପୁର-ମାଝିଗୁଡା ଗାଁ ଦେଇ ଭାରତମାଳା ପ୍ରକଳ୍ପ ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତା କାମ ପାଇଁ ଠିକାଦାର ଜଣକ ରାସ୍ତାକଡ଼ରୁ ମାଟି ଖୋଳି ଦେଇଥିବାରୁ ସେଠାରେ ବର୍ଷା ପାଣି ଜମି ରହିଥିଲା । ପିଲାମାନେ ସେଠାରେ ଥିବା ଉଚ୍ଚସ୍ଥାନରେ ଖେଳୁଥିଲେ। କିନ୍ତୁ ଖେଳିବା ବେଳେ ଅସାବଧାନତା ଯୋଗୁ ପାଣି ଭର୍ତ୍ତି ଗାତ ମଧ୍ୟକୁ ଖସି ପଡ଼ିଥିଲେ।
ଗାଁ ଲୋକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କିନ୍ତୁ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଗାଁ ଲୋକମାନେ ଗାତ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରି ସାରିଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନେ ଆଖି ବୁଜିଥିଲେ।
The post ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟଣା: ପରିବାର ପିଛା ମିଳିବ ୯ ଲକ୍ଷ appeared first on Odisha Reporter.
from Odisha Reporter https://ift.tt/eV17Asz
No comments:
Post a Comment