ମୁମ୍ବାଇ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳରେ ଏକମାତ୍ର ଓଡ଼ିଆ ଭାବେ ଦୀପଗ୍ରେସ ଏକ୍କା ସୁଯୋଗ ପାଇଛନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ସବିତା ପୁନିଆ ଦଳର ଅଧିନାୟକ ପଦ ବଜାୟୀ ରଖିଛନ୍ତି। ଇଂଲଣ୍ଡର ବର୍ମିଂହାମରେ ଜୁଲାଇ ୨୮ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଥିବା ବେଳେ ଗୁରୁବାର ରାତିରେ ହକି ଇଣ୍ଡିଆ ପକ୍ଷରୁ ଟିମରେ ସାମିଲ ଥିବା ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି।
ଏହପୂର୍ବରୁ ହକି ଇଣ୍ଡିଆ ଜୁଲାଇ ୧ରୁ ୧୭ ଯାଏ ସ୍ପେନ ଓ ନେଦରଲ୍ୟାଣ୍ଡ୍ସରେ ଆୟୋଜିତ ହେବାକୁ ଥିବା ମହିଳା ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଘୋଷଣା କରିଥିଲା। ବିଶ୍ୱକପରେ ମଧ୍ୟ ସବିତା ଅଧିନାୟକ ଓ ଦୀପଗ୍ରେସ ଉପ ଅଧିନାୟକ ଦାୟିତ୍ୱ ପାଇଥିଲେ।
ବିଶ୍ୱକପ ଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଦଳର ପୂର୍ବତନ ଅଧିନାୟକ ରାଣୀ ରାମପାଲ ଖେଳିବେ ନାହିଁ। ସେ ଆହତ ସମସ୍ୟାରୁ ମୁକୁଳି ନଥିବାରୁ ତାଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯାଇନି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍କ୍ୱାଡରେ ମଙ୍ଗଳବାର ବିଶ୍ୱକପ ଦଳ ତୁଳନାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ବିଶ୍ୱକପ ଦଳରେ ଥିବା ବିଚୁଦେବୀ ଖରିବାମଙ୍କ ସ୍ଥାନରେ ଗୋଲକିପର ରଜନୀ ଏତିମାରପୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ସେହିପରି ବିଶ୍ୱକପ୍ ଦଳରେ ଥିବା ମଧ୍ୟଭାଗ ଖେଳାଳି ସୋନିକା ରାଜ୍ୟଗୋଷ୍ଠୀ ଦଳରୁ ବାଦ ପଡ଼ିଛନ୍ତି। ଫରୱାର୍ଡ ଭାବେ ଯୁବ ଖେଳାଳି ସଂଗୀତା କୁମାରୀଙ୍କୁ ରାଜ୍ୟଗୋଷ୍ଠୀ ସ୍କ୍ୱାଡରେ ସାମିଲ କରାଯାଇଛି।
ଭାରତୀୟ ଦଳ: ସବିତା ପୁନିଆ (ଗୋଲ୍କପିର ଓ ଅଧିନାୟିକା) ରଜନୀ (ଗୋଲ କିପର)
ଡିଫେଣ୍ଡର: ଦୀପଗ୍ରେସ୍ ଏକ୍କା (ଉପ ଅଧିନାୟକ), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା
ମିଡ ଫିଲ୍ଡର: ନିଶା, ସୁଶିଳା ଚାନୁ ପୋଖରମବାମ୍, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସଲିମା ଟେଟେ
ଫରୱାର୍ଡ: ବନ୍ଦନା କଟାରିଆ, ଲାଲରେମସିଆମି, ନଭନୀତ କୌର, ଶର୍ମିଳା ଦେବୀ, ସଙ୍ଗୀତା କୁମାରୀ।
The post ବିଶ୍ୱକପ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା ଉପ ଅଧିନାୟକ appeared first on Odisha Reporter.
from Odisha Reporter https://ift.tt/JadZxrA
No comments:
Post a Comment