କଟକ(ଓଡ଼ିଶା ରିପୋର୍ଟର):ସହିପାରିଲାନି ସ୍ୱାମୀର ନିର୍ଯାତନା। ଶେଷରେ ମାସକର ଛୁଆକୁ ନେଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲା ମା’। ଆତ୍ମହତ୍ୟା କରିବା ପାଇଁ ଯାଇଥିବା ମହିଳା ଓ ତାଙ୍କ ଶିଶୁକୁ ଉଦ୍ଧାର କରିଛି ପୁଲିସ। ଏପରି ଘଟଣା ଘଟିଛି କଟକ ଷ୍ଟେସନରେ। ଉକ୍ତ ମହିଳାଙ୍କ ଘର କଟକର ମଙ୍ଗଳବାଗ ଅଞ୍ଚଳରେ ବୋଲି ଜଣାଯାଇଛି।
ଗତକାଲି ରାତିରେ ଜଣେ ମହିଳା ନିଜର ମାସକର ଛୁଆକୁ ନେଇ କଟକ ରେଳ ଷ୍ଟେସନରେ ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣା ଉପରେ ବସିଥିଲେ। ଏହି ସମୟରେ ପେଟ୍ରୋଲିଂ କରୁଥିବା ମହିଳା ଆରପିଏଫ ଅଫିସରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ରେଳ ଧାରଣା ଉପରେ କାହିଁକି ବସିଛି ବୋଲି ପୁଲିସ ପଚାରିବା ସହ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲା। ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରି ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଦେଇଥିଲା।
ମହିଳା ଜଣଙ୍କ ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିବାକୁ ଆସିଥିବା ଜଣାପଡ଼ିଥିଲା।
The post ଆତ୍ମହତ୍ୟା ପୂର୍ବରୁ ଟ୍ରେନ୍ ଲାଇନ୍ରୁ ମା’ପୁଅଙ୍କୁ ଉଠାଇନେଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/oBAzZ9i
No comments:
Post a Comment