ସିରିଜ୍‌ ମୂଳପୋଛ କଲା ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 27, 2022

ସିରିଜ୍‌ ମୂଳପୋଛ କଲା ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌:  ପୁଣି ଥରେ ଟିମ୍ ଇଣ୍ଡିଆ ହାସଲ କରିଛି ଆଉ ଏକ ରେକର୍ଡ ।  ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଛି ଭାରତ । ତିନି ଟିକିଆ ସିରିଜକୁ ୩-୦ରେ ନିଜ ନାଁରେ କରିଛି ଭାରତୀୟ ଟିମ୍‌ଗତକାଲି ଖେଳାଯାଇଥିବା ତଅତୀୟ ଦିନିକିଆ ମ୍ୟାଚକୁ ୧୧୯ ରନ୍‌ରେ କବଜା କରିଛି ଶିଖର ସେନା । ବର୍ଷା ଯୋଗୁ ମ୍ୟାଚକୁ ପ୍ରଥମେ ୪୦ ଓଭର ବିଶିଷ୍ଟ କରାଯାଇଥିଲା। ତେବେ ଭାରତୀୟ ଇନିସଂର ୩୬ତମ ଓଭରରେ ପୁଣି ବର୍ଷା ହୋଇଥିଲା। ଏହି ସମୟରେ ଟିମ୍‌ ଇଣ୍ଡିଆ ୩ ୱିକେଟ ହରାଇ ୨୨୫ ରନ୍‌ ସଂଗ୍ରହ କରିଥିଲା।

ବର୍ଷା କିଛି ସମୟ ଲାଗି ରହିବାରୁ ଭାରତକୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା। ଏହାପରେ ଡିଏଲ୍‌ଏସ୍‌ ମେଥଡ ଅନୁସାରେ ଘରୋଇ ଇଣ୍ଡିଜ ଟିମ୍‌କୁ ୩୫ ଓଭରରେ ୨୫୭ ରନ୍‌ର ଟାର୍ଗେଟ ଦିଆଯାଇଥିଲା। ଏହାର ଜବାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୱେଷ୍ଟଇଣ୍ଡିଜ୍ ଟିମ୍‌ ୨୬ ଓଭରରେ ୧୩୭ ରନ୍‌ କରି ଅଲ ଆଉଟ ହୋଇଯାଇଥିଲା।

ଦମଦାର ବ୍ୟାଟିଂ କରି ୯୮ ରନ୍ ସଂଗ୍ରହ କରିଥିବା  ଶୁଭମନ୍ ଗିଲଙ୍କୁ  ତାଙ୍କୁ ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍‌ରେ ସମ୍ମାନିତ କରାଯାଇଛି । ଏହି ସିରିଜ୍ ପରେ ଭାରତୀୟ ଦଳ ଲଗାତାର ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨ଟି ଦିନିକିଆକୁ ନିଜ ନାଁରେ କରିନେଇଛି । ହେଲେ ମ୍ୟାଚର ଶ୍ରେଷ୍ଠ ଖେଳାଳି ଗିଲ୍‌ ମାତ୍ର ୨ ରନ୍‌ ପାଇଁ ନିଜ ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ  ୱାଲ୍ସ ୫୭ ରନ୍‌ ବିନିମୟରେ ସର୍ବାଧିକ ୨ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ।

The post ସିରିଜ୍‌ ମୂଳପୋଛ କଲା ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/X6CrVQ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages