ଅର୍ପିତାଙ୍କ ଘରେ ଟଙ୍କାର ଖଣି, ରାତିସାରା ଗଣି ଗଣି ଇଡି ହାଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 27, 2022

ଅର୍ପିତାଙ୍କ ଘରେ ଟଙ୍କାର ଖଣି, ରାତିସାରା ଗଣି ଗଣି ଇଡି ହାଲିଆ

କୋଲକାତା: ଯେତେ ଖୋଳିଲେ ସେତେ ବାହାରୁଛି । ହଜାରେ କି ଲକ୍ଷେ ନୁହେଁ କୋଟି କୋଟି ଟଙ୍କା।ତା ପୁଣି ୨ ହଜାର ଓ ୫ଶହ ଟଙ୍କିଆ ନଗଦ ନୋଟ୍ । ୨୦୧୪ ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ ନିଯୁକ୍ତି ଘୋଟାଲାରେ ପେଡ଼ି ପ୍ରତିଦିନ ଖୋଲିବାରେ ଲାଗିଛି । ଅଭିନେତ୍ରୀ ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟତର ଅର୍ପିତା ମୁଖାର୍ଜୀଙ୍କ ଅନ୍ୟ ଏକ ଘରୁ ମିଳିଛି ଆହୁରି ୨୦ କୋଟି ଟଙ୍କା। କୋଲକାତା ବେଲଘାରିଆର ଏକ ଫ୍ଲାଟ୍‌ରେ ଏତେ ଟଙ୍କା ଲୁଚାଇ ରଖାଯାଇଥିଲା । ରାତି ତମାମ ଇଡି ଓ ବ୍ୟାଙ୍କ ଅଧିକାରୀ ୨୦ କୋଟି ଟଙ୍କା ଗଣିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ଫ୍ଲାଟ୍‌ରୁ ଟଙ୍କା ମିଳିଛି ତାର ମେଣ୍ଟେନାସ୍‌ର ୧୧ ହଜାର ଟଙ୍କା ଦେଇନଥିବାରୁ ଲିଗାଲ୍ ନୋଟିସ୍ ଲାଗିଥିଲା। ବଙ୍ଗଳା ଅଭିନେତ୍ରୀ ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବେଶ୍ ନିକଟତର କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହରୁଛି ବିଡ଼ା ବିଡ଼ା ନୋଟ୍‌।

ଯାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମେତ ସାରା ଦେଶର ହୋସ୍ ଉଡ଼ାଇ ଦେଇଛି।  ପଶ୍ଚିମବଙ୍ଗ ବେଲଘରିଆରେ ଅର୍ପିତାଙ୍କ ନାଁରେ ଥିବା ଆଉ ଏକ ଫ୍ଲାଟରୁ ଏତେ ପରିମାଣର କ୍ୟାସ୍ ମିଳିଛି ଯେ, ଯାହାକୁ ରାତି ତମାମ ବସି ଇଡି ଅଧିକାରୀ ଗଣିଛନ୍ତି । ନଗଦ ଏତେ ଟଙ୍କା ଥିବାରୁ ବ୍ୟାଙ୍କ ଅଧିକାରୀଙ୍କୁ ପୁଣି ଥରେ ଆଉ କିଛି ଟଙ୍କା ଗଣା ମେସିନ୍ ଆଣିବାକୁ ପଡ଼ିଥିଲା । ତାସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବାକୁ ପଡ଼ିଛି । ୨୦ କୋଟି ଟଙ୍କା ଏକ ସେଲଫ୍ରେ ପ୍ୟାକିଂ କରାଯାଇ ରଖାଯାଇଥିଲା । ଖାଲି ୨୦ କୋଟି ନୁହେଁ ୩ କିଲୋଗ୍ରାମା ସୁନା ଅଳଙ୍କାର ସମେତ ଆହୁରି ମୂଲ୍ୟବାନ ସାମଗ୍ରୀ ବି ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି । ସବୁଠୁ ଆଶ୍ଚଯର୍ୟର କଥା ହେଉଛି, ଅର୍ପିତାଙ୍କ ଏହି ଆପାର୍ଟମେଣ୍ଟର ଫ୍ଲାଟରେ ୧୧ ହଜାର ଟଙ୍କା ମେଣ୍ଟେନାସ୍ ଦେଇ ପାରିନଥିବାରୁ ଏକ ଲିଗାଲ୍ ନୋଟିସ୍ ଲାଗିଛି ।  ହେଲେ ଘର ଭିତରେ ଏତେ ଟଙ୍କା ବାହାରିବା ଶୁଣି ସମସ୍ତେ ଏବେ ତାଜୁବ୍।  ଗତ ଶନିବାର ଅର୍ପିତାଙ୍କ ଘରୁ ୨୧ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା ।

ଏହାପରେ ପ୍ରଥମେ ପାର୍ଥ ଚାଟାର୍ଜୀ ଓ ପରେ ଅର୍ପିତ ମୁଖାର୍ଜୀଙ୍କୁ ଗିରଫ କରି ତଦନ୍ତ କରୁଛି ଇଡି। ଅର୍ପିତାଙ୍କ ପାଖରୁ ମିଳିଥିଲା କଳା ଡାଏରୀରେ ଟଙ୍କା ସମ୍ପର୍କରେ ବଡ଼ ତଥ୍ୟ ଇଡିକୁ ମିଳିଥିଲା । କେଉଁଠି କେତେ ଟଙ୍କା ବିନିଯୋଗ ହୋଇଛି ଓ କ୍ୟାସ୍ କେଉଁଠି ଲୁଚା ଯାଇଛି ସେ କଥା ଅର୍ପିତାଙ୍କ ଡାଏରୀରୁ ଓଗାଳିଛି ଇଡି । ସେହିପରି ପାର୍ଥଙ୍କୁ ଭୁବନେଶ୍ୱର ଏମ୍ସରୁ ନେବା ପରେ ଏବେ ତାଙ୍କୁ ବି ପଚରାଉଚରା ଜାରି ରହିଛି । ଆଉ ଏପଟେ ଘଟଣାକୁ ନେଇ ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ ରାଜନୀତି । ୨୦୧୪ରେ ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ୍ ପ୍ରକ୍ରିୟା ଘୋଟାଲାରେ ତତ୍କାଳନୀ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସିଧାସଳଖ ସଂପୃକ୍ତି ଥିବା ଇଡି ପାଖରେ ଲାଗିଛି ସୁରାକ୍ । ଏହି ମହାଦୁର୍ନୀତିର ପେଡ଼ି ଏବେ ପ୍ରତିଦିନ ଖୋଲିବାରେ ଲାଗିଛି ।

The post ଅର୍ପିତାଙ୍କ ଘରେ ଟଙ୍କାର ଖଣି, ରାତିସାରା ଗଣି ଗଣି ଇଡି ହାଲିଆ appeared first on Odisha Reporter.



from Odisha Reporter https://ift.tt/8KXGs01

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages