ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଆଜି ଭୋରରୁ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଅଛନ୍ତି ଚର୍ଚ୍ଚିତ ମିଶ୍ର। ସିବିଆଇ କାର୍ଯ୍ୟାଳୟରେ ହାଜର ହେବାପରେ ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା।
ଲାଞ୍ଚ କାରବାର ମାମଲାରେ ସିବିଆଇ ଗତକାଲି ୪ଜଣ ଅଭିଯୁକ୍ତକୁ ଗିରଫ କରିବାପରେ ଚର୍ଚ୍ଚିତଙ୍କୁ ସିବିଆଇ ପଚରାଉଚରା ପାଇଁ ଖୋଜିଥିଲା। ହେଲେ ସେ ବ୍ୟବସାୟିକ କାମରେ ବାହାରକୁ ଯାଇଥିବା ସିବିଆଇକୁ କୁହାଯାଇଥିଲା। ତୁରନ୍ତ ଚର୍ଚ୍ଚିତଙ୍କୁ ସିବିଆଇ ନିକଟରେ ହାଜର ହେବାରୁ ନିର୍ଦ୍ଦେଶ ରହିଥିଲା। ଗତକାଲି ରାତିରେ ଚର୍ଚ୍ଚିତ ଘରେ ପହଞ୍ଚିବା ପରେ ଆଜି ସକାଳେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ସିବିଆଇ ପଚରାଉଚରା କରୁଥିବା ସୂଚନା ମିଳିଛି।
ଗତକାଲି ସିବିଆଇ କାର୍ଯ୍ୟାଳୟରେ ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଠାରେ ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା।
ଅନ୍ୟପକ୍ଷରେ ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, ଓ OSL ଅପରେସନ ଡିଜିଏମ୍ ସୂର୍ଯ୍ୟ ନାରାୟଣ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ।.ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତି କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ରଙ୍କ ମଧ୍ୟ ସିବିଆଇ ଜେରା କରିଛି।
The post ସିବିଆଇ କାର୍ଯ୍ୟାଳୟରେ ମହିମା ମିଶ୍ରଙ୍କ ସାନ ପୁଅ appeared first on Odisha Reporter.
from Odisha Reporter https://ift.tt/0zwVDBq
No comments:
Post a Comment