ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତର ଅଫର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 5, 2022

ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତର ଅଫର୍

ନୂଆଦିଲ୍ଲୀ: ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତ ଅଫର୍ ଦେଇଛି।  ୧୮ଟି ତେଜସ ବିମାନ ବିକ୍ରି କରିବା ପାଇଁ ଭାରତ ମ୍ୟାଲେସିଆକୁ ପ୍ରସ୍ତାବ ଦେଇଛି । ଏ ନେଇ କୌଣସି ଡିଲ୍ ଫାଇନାଲ୍ ହୋଇନାହିଁ । ଉଭୟ ଦେଶ ଭିତରେ ଏ ନେଇ କଥାବାର୍ତ୍ତା ଚାଲିଛି । ଗତ ଫେବୃଆରି ୨୦୧୯ରେ ମାଲେସିଆ ସରକାର ଏଥିପାଇଁ ରିକ୍ବେଷ୍ଟ ଫର ଇନଫର୍ମେସନ ଆହ୍ବାନ କରିଥିଲେ । ଏହାର ଜବାବରେ ଭାରତର ହାଲ୍ ନିଜର ପ୍ରସ୍ତାବ ଦାଖଲ କରିଥିଲା । ଏହାପରେ ଗତ ବର୍ଷ ମାଲେସିଆର ବାୟୁସେନା ପକ୍ଷରୁ ଜାରି ରିକ୍ବେଷ୍ଟ ଫର ପ୍ରପୋଜାଲର ଜବାବରେ ହାଲ ନିଜର ବିଡ୍ ଦାଖଲ କରିଛି । ଆମେରିକା ଛଡ଼ା ଆର୍ଜେଣ୍ଟିନା, ଇଜିପ୍ଟ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ଫିଲିପାଇନ୍ସ ମଧ୍ୟ ଏଲସିଏ ବିମାନ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି । ଏଲସିଏ ତାଲିମ ବିମାନ ( ଫାଇଟର ଲିଡ ଇନ ଟ୍ରେନର-ଏଲସିଏ) ଟି ବିଶ୍ବରେ ଏକ ଉତ୍କୃଷ୍ଟ ତାଲିମ ବିମାନ ଭାବେ ପରିଗଣିତ କରାଯାଉଛି।

ତେଜସ୍ ଭାରତର ସ୍ୱେଦେଶୀ ଯୁଦ୍ଧ ବିମାନ । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ ଦ୍ୱାରା ଏହାର ନିର୍ମାଣ କରାଯାଇଛି । ତେଜସ୍ ଏବେ ମାଲେସିଆର ପ୍ରଥମ ପସନ୍ଦ ହୋଇଥିବା ବେଳେ ଆମେରିକା ସମେତ ଅନ୍ୟ କେତେକ ଦେଶ ମଧ୍ୟ ଏଥିପ୍ରତି ନିଜର ରୁଚି ଦେଖାଇ ସାରିଛନ୍ତି । ମାଲେସିଆ ବାୟୁସେନା ନିକଟରେ ଥିବା ଋଷ ନିର୍ମିତ ସୁଖୋଇ-30 ଫାଇଟର ଜେଟ୍‌ଗୁଡିକ ପୁରୁଣା ହୋଇଯିବାରୁ ଏହାସ୍ଥାନରେ ମାଲେସିଆ ନୂଆ ଯୁଦ୍ଧ ବିମାନ କିଣିବାକୁ ଚାହୁଁଛି।  ଚୀନ୍, ଦକ୍ଷିଣ କୋରିଆ ଓ ରୁଷିଆର ଫାଇଟର୍ ଜେଟ୍ ରେସ୍‌ରେ ଥିବା ବେଳେ, ଦକ୍ଷତା ଓ ଜ୍ଞାନକୌଶଳ ଦୃଷ୍ଟିରୁ ତେଜସ ସମସ୍ତଙ୍କଠାରୁ ଆଗରେ ରହିଛି।

ହାଲ୍ ଠାରୁ ୮୩ଟି ତେଜସ ଜେଟ୍ କିଣିବା ଲାଗି ନିକଟରେ ଭାରତୀୟ ବାୟୁସେନା ଅର୍ଡର ଦେଇଛି।। ଭାରତରେ ନିର୍ମିତ ଲଢୁଆ ବିମାନ ତେଜସ୍ ବା ଏଲସିଏର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଭାରତର ତେଜସ ବିମାନ ପ୍ରତି ଆଗ୍ରହ ଦେଖାଇଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

The post ଫାଇଟର୍ ଜେଟ୍ ତେଜସ୍ ବିକ୍ରି ପାଇଁ ମାଲେସିଆକୁ ଭାରତର ଅଫର୍ appeared first on Odisha Reporter.



from Odisha Reporter https://ift.tt/4d1FrJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages