ଆଜି ଉପରାଷ୍ଟ୍ରପତି ନିର୍ବାଚନ : ମଇଦାନରେ ଜଗଦୀପ ଧନଖଡ଼ ବନାମ ମାର୍ଗାରେଟ୍ ଆଲଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 5, 2022

ଆଜି ଉପରାଷ୍ଟ୍ରପତି ନିର୍ବାଚନ : ମଇଦାନରେ ଜଗଦୀପ ଧନଖଡ଼ ବନାମ ମାର୍ଗାରେଟ୍ ଆଲଭା

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି । ସଂସଦ ଭବନରେ ସକାଳ ୧୦ଟାରୁ ସା ୫ଟା ଯାଏଁ ଚାଲିବ ଭୋଟିଂ ।  ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସଙ୍ଗେ ସଙ୍ଗେ ଗଣତି କରାଯିବ।  ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ୟୁପିଏ।  ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜଗଦୀପ ଧନକଡ଼ଙ୍କ ପ୍ରତି ଅଧିକ ଦଳର ସମର୍ଥନ ଥିଲେ ବି ନିର୍ବାଚନ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ଆଶା କରାଯାଉଛି ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନକଡ଼ଙ୍କୁ ବିଜେପି ସହ ୨୦ଟି ଦଳ ସମର୍ଥନ କରୁଛନ୍ତି । ଭାରତୀୟ ଜନତା ପାର୍ଟି ସହ ଏକନାଥ ସିନ୍ଦେଙ୍କ ଶିବସେନା, ଜନତା ଦଳ ୟୁନାଇଟେଡ୍, ବିଏସପି, ବିଜେଡି, ଏଆଇଏଡିଏମକେ, ଓ୍ୱାଇଏସ୍ଆର ଦଳ ଧନକଡ଼ଙ୍କୁ ସମର୍ଥନ କରୁଛନ୍ତି।  ସେହିପରି ଆରଏଲଜେପି, ଏଜିପି, ଏନଏସଏଫ୍, ଏମ୍ଏନ୍ଏଫ୍, ଏସ୍କେଏମ୍, ଏନଡିପିପି ମଧ୍ୟ ଧନକଡଙ୍କୁ ସମର୍ଥନ କରୁଛନ୍ତି ।

ଆରପିଆଇଏ, ପିଏଏମକେ, ୟୁପିପିଏଲ୍, ଏଡିଏସ୍, ଏଜେଏସ୍ୟୁ ମଧ୍ୟ ଜଗଦୀପ ଧନକଡ଼ଙ୍କ ସମର୍ଥନରେ ରହିଛନ୍ତି। ଅନ୍ୟପଟେ ମାର୍ଗାରେଟ୍ ଆଲଭାଙ୍କ କଥା ଦେଖିଲେ କଂଗ୍ରେସ ସମେତ ୧୮ଟି ଦଳ ତାଙ୍କୁ ସମର୍ଥନ କରୁଛନ୍ତି । କଂଗ୍ରେସ, ଆମଅରଦମୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଏନସିପି, ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ, ଟିଆରସ, ଡିଏମକେ, ସିପିଆଇଏଏମ୍ ଓ ସିପିଆଇ ଆଲଭାଙ୍କୁ ସମର୍ଥନ କରୁଛନ୍ତି । ସେହିପରି ଆଜେଡି, ସମାଜବାଦୀ ପାର୍ଟି, ଏମଡିଏମକେ, ଆଇୟୁଏମ୍ଏଲ୍, ଆରଏଲଡି, ଜେକେଏନ୍ସି, ଭିସିକେ, ରିଭଲ୍ଯୁଣ୍ଟାରୀ ସୋସିଆଲିଷ୍ଟ ପାର୍ଟି ଏବଂ କେସିଏମ୍ ଦଳ ମାର୍ଗାରେଟ୍ ଆଲଭାଙ୍କ ସମର୍ଥନରେ ରହିଛନ୍ତି।

The post ଆଜି ଉପରାଷ୍ଟ୍ରପତି ନିର୍ବାଚନ : ମଇଦାନରେ ଜଗଦୀପ ଧନଖଡ଼ ବନାମ ମାର୍ଗାରେଟ୍ ଆଲଭା appeared first on Odisha Reporter.



from Odisha Reporter https://ift.tt/dwhjrvg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages