୫ ଅଗଷ୍ଟ, ଶୁକ୍ରବାର: ଆର୍ଥିକ ସମସ୍ୟାର ସମାଧାନ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 4, 2022

୫ ଅଗଷ୍ଟ, ଶୁକ୍ରବାର: ଆର୍ଥିକ ସମସ୍ୟାର ସମାଧାନ ହେବ

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ। ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହେବେ।

ବୃଷ: ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ଶୁଭ ଫଳ ମିଳିବ।

କର୍କଟ: ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ।

ସିଂହ: ଆଜି ବିଳମ୍ବିତ ହେଲେ ମଧ୍ୟ  ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

ସିଂହ : ଆଜି ଆପଣ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ପାରିବାରିକ ସମ୍ପର୍କରେ ମତଭେଦ ଦେଖାଦେଇପାରେ । ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ।

କନ୍ୟା : ଆଜି ଶାରୀରିକ ପୀଡ଼ା ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘର ପାଇଁ ନୂଆ ଜିନିଷ କିଣି ପାରନ୍ତି। ପିଲାଙ୍କ କାର୍ଯ୍ୟରେ ଖୁସି ହେବେ। କିଛି ନୂଆ କାର୍ଯ୍ୟ କରିବାକୁ ଯୋଜନା କରିବେ।

ତୁଳା: ଶାରିରୀକ ସୁସ୍ଥତା ଦେଖାଦେବା ସହ ମାନସିକ ଶାନ୍ତି ମିଳିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ଓ କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ।

ବିଚ୍ଛା: ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାଗୁଡ଼ିକ ସମାଧାନ ହେବ ଓ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ।

ଧନୁ: ଦୀର୍ଘ ଦିନରୁ ଅଟକି ରହିଥିବା କାମ ଶେଷ ହେବ । ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିପାରିବେ। କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍  ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ମନ ଭଲ ରହିବ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ।  ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ ।

କୁମ୍ଭ: ଆଜି ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିକ ସମସ୍ୟାର ସମାଧାନ ଘଟିବ ।ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ।

ମୀନ: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ ଓ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଦାମ୍ପତ୍ୟ କଳହର ଅବସାନ ଘଟିବ । କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ ।

 

 

 

The post ୫ ଅଗଷ୍ଟ, ଶୁକ୍ରବାର: ଆର୍ଥିକ ସମସ୍ୟାର ସମାଧାନ ହେବ appeared first on Odisha Reporter.



from Odisha Reporter https://ift.tt/EzVeAWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages