ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ଥରେ ମିଳିଲା ଖୁସି ଖବର। ଗତକାଲି ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ଖେଳାଳୀ । ପୁରୁଷ ହେଭିୱେଟ ପାରା ପାଓ୍ୱାରଲିଫ୍ଟ ଇଭେଣ୍ଟରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେହିପରି ଆଥଲେଟିକ୍ସର ପୁରୁଷ ବର୍ଗ ଲଙ୍ଗ୍ ଜମ୍ପରେ ରୌପ୍ୟ ଆଣିଛନ୍ତି ଭାରତର ମୁରଲୀ ଶ୍ରୀଶଙ୍କର । ଏଯାବତ ୬ ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୭ ବ୍ରୋଞ୍ଜ ସହ ଭାରତ ୨୦ଟି ପଦକ ହାତେଇବାରେ ସକ୍ଷମ ହେଲାଣି।
ଗତ ରାତିରେ ପ୍ରଥମେ ମୁରଲୀ ଶ୍ରୀଶଙ୍କର ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚରେ ମୁରଲୀ ୮.୦୮ ମିଟର ଡିଆଁ ମାରି ଏହି ରାଙ୍କ ହାସଲ କରିଛନ୍ତି । ଚଳିତ କମନୱେଲଥ୍ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ଭାରତର ଏହା ଦ୍ୱିତୀୟ ମଡେଲ । ଏହା ପୂର୍ବରୁ ତେଜସ୍ୱିନୀ ଶଙ୍କର ହାଇ ଜମ୍ପରେ ବ୍ରୋଞ୍ଚ ମେଡାଲ ହାସଲ କରିଥିଲେ।
ଏହାର କିଛି ସମୟ ପରେ ହେଭିୱେଟ ପାରା ପାଓ୍ୱାରଲିଫ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ସୁଧୀର । ଦ୍ୱିତୀୟ ପ୍ରୟାସରେ ସୁଧୀର ୨୧୨ କେଜି ଓଜନ ଉଠାଇ ରେକର୍ଡ ୧୩୪.୫ ଅଙ୍କ ହାସଲ କରି ସ୍ୱର୍ଣ୍ଣ ପଦକ ବିଜେତା ଘୋଷିତ ହୋଇଥିଲେ।
ଏହାବାଦ ବକ୍ସର ଅମିତ ପାଙ୍ଗଲ, ସାଗର ଅହଲଓ୍ୱାଟ, ଜସ୍ମିନ ଲମ୍ବୋରିଆ ଏବଂ ରୋହିତ ଟୋକାସ ଭାରତ ପାଇଁ ଆଉ ୪ଟି ପଦକ ପକ୍କା କରିଛନ୍ତି । ସେପଟେ ହାମର ଥ୍ରୋ ଫାଇନାଲରେ ମଞ୍ଜୁବାଳା ଏବଂ ୨୦୦ ମିଟର ସେମିରେ ପହଞ୍ଚିଛନ୍ତି ହିମା ଦାସ । ସେହିପରି ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ନିଜ ନିଜ ଏକକ ମ୍ୟାଚ୍ ଜିତି ପ୍ରି-କ୍ୱାର୍ଟର ଫାଇନାଲକୁ ଯାଇଛନ୍ତି।
The post ସୁଧୀରଙ୍କୁ ସ୍ୱର୍ଣ୍ଣ, ମୁରଲୀ ଶ୍ରୀଶଙ୍କରଙ୍କୁ ମିଳିଲା ରୌପ୍ୟ; ନିଶ୍ଚିତ ହେଲା ଆଉ ୪ ପଦକ appeared first on Odisha Reporter.
from Odisha Reporter https://ift.tt/9bewRu5
No comments:
Post a Comment