ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଅବସରର ରାଜଧାନୀ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଏବଂ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ। ଏମିତି କିଛି ଆଭାସ ପାଇଛି ଗୋଇନ୍ଦା ବିଭାଗ। ଏନେଇ ବିଭାଗ ଦିଲ୍ଲୀ ପୁଲିସକୁ ଆଲର୍ଟ କରିଛି। ଏ ସମ୍ପର୍କରେ ୧୦ ଫର୍ଦ୍ଦ ବିଶିଷ୍ଟ ରିପୋର୍ଟ ପ୍ରଦାନ କରିଛି ଗୋଇନ୍ଦା ବିଭାଗ। ମୁଖ୍ୟତଃ ଦିଲ୍ଲୀର ଲାଲକିଲ୍ଲା ଉପରେ କଡ଼ା ନଜର ସହ ସୁରକ୍ଷା ବଳୟକୁ କଡ଼ାକଡ଼ି କରି କରିବା ପାଇଁ ପରାମର୍ଶ ଦିଆଯାଇଛି।
ନିକଟରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଉଦୟପୁର ଏବଂ ଅମରାବତୀ ଆକ୍ରମଣ ପରେ ସେମିତି କିଛି ଅପ୍ରୀତିକର କାର୍ଯ୍ୟକଳାପର ସଙ୍କେତ ପାଇଛି ଗୋଇନ୍ଦା ବିଭାଗ। ତେଣୁ ଦିଲ୍ଲୀ ପୁଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଅଗଷ୍ଟ ୧୫ ଏବଂ ତାପୂର୍ବରୁ ଲାଲକିଲ୍ଲା ପ୍ରବେଶ ପଥରେ କଡ଼ା ଯାଞ୍ଚ କରିବାକୁ କୁହାଯାଇଛି। ଏହି ଆଲର୍ଟରେ ବିଭାଗ ପକ୍ଷରୁ ଉଦୟପୁର ଏବଂ ଅମରାବତୀ ହିଂସା ଘଟଣାରେ ଉଲ୍ଲେଖ ରହିଛି। ତେଣୁ ସେଭଳି ଘଟଣାର ପୁନରାବୃତ୍ତି ହେବା ଆଶଙ୍କା ଥିବାରୁ ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡ଼ିକ କଡ଼ା ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନର ଗୋଇନ୍ଦା ବିଭାଗ ଆଇଏସଆଇ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକୁ ଉସକାଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏମିତିକି ଆତଙ୍କବାଦୀ ସଙ୍ଗଠନ ଜୈଶ ଏବଂ ଲସ୍କର ଆତଙ୍କବାଦୀ ଗୁଡ଼ିକୁ ଲଜିଷ୍ଟିକ୍ ସମର୍ଥନ କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅମୃତମହୋତ୍ସବ ପାଳନ କରାଯାଉଛି।
The post ସ୍ୱାଧୀନତା ଦିବସରେ ରାଜଧାନୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/KnTrMjJ
No comments:
Post a Comment