ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବେଲ୍ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଗଲେ ପୁଲିସ୍ ବାବୁ। ଏପରି ଘଟଣା ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନସ୍ଥ ଭେଜିପୁଟ ଫାଣ୍ଡିରେ ଘଟିଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବାବୁଜଣକ ହେଉଛନ୍ତି ଏସ.ଆଇ ସନ୍ତୋଷ କୁମାର ସ୍ୱାଇଁ । ଭିଜିଲାନ୍ସ ଟିମ୍ ଫାଣ୍ଡି ଅଧିକାରୀଙ୍କଠାରୁ କେମିକାଲ୍ ବୋଳା ଟଙ୍କା ଜବତ କରି ତାଙ୍କୁ ହେପାଜତକୁ ନେଇ ଅଧିକ ଛାନଭିନ୍ କରୁଛି ।
ସୂଚନା ଅନୁଯାୟୀ, ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଗୁରାପଲ୍ଲୀ ଗ୍ରାମର ଭୁବନ ପାତ୍ର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ଦୁଇଟି ଏତଲା ଆଧାରରେ ମାମଲା ରୁଜୁ ହୋଇଥିଲା । ଗିରଫଦାରୀ ଏଡାଇବା ପାଇଁ ଫାଣ୍ଡି ଅଧିକାରୀ ସନ୍ତୋଷ ସ୍ୱାଇଁ ଭୁବନଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସଂକ୍ରାନ୍ତରେ ଭୁବନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ମଙ୍ଗଳବାର ରାତିରେ ଭୁବନ ଭେଜିପୁଟ ଫାଣ୍ଡିରେ ପହଞ୍ଚି ଲାଞ୍ଚ ଟଙ୍କା ଏସ୍ଆଇ ସନ୍ତୋଷଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢଉ କରି ଏସ୍ଆଇଙ୍କଠାରୁ କେମିକାଲ୍ ବୋଳା ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ହେପାଜତକୁ ନେଇଛି । ଭିଜିଲାନ୍ସ ଅଧିକାରୀମାନେ ଭେଜିପୁଟ ଫାଣ୍ଡି ଓ ସନ୍ତୋଷ ରହୁଥିବା ଘରେ ଚଢ଼ାଉ କରିଛନ୍ତି।
କିଛି ମାସ ପୂର୍ବେ ଏହି ଫାଣ୍ଡିରେ ଜଣେ ଏଏସ୍ଆଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ବେଳେ ଏବେ ସନ୍ତୋଷଙ୍କ ପାଳି ପଡ଼ିଛି।
The post ଜାମିନ ପାଇଁ ୧୫ ହଜାର ନେଉଥିଲେ ଏସ୍ଆଇ, ମାଡ଼ି ବସିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/3xJeQ1a
No comments:
Post a Comment