ଗେହଲଟଙ୍କୁ ଡର ସଚିନ: ସଭାପତି ପଦ ପାଇଁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 20, 2022

ଗେହଲଟଙ୍କୁ ଡର ସଚିନ: ସଭାପତି ପଦ ପାଇଁ ନା

ଜୟପୁର: କଂଗ୍ରେସର ସଭାପତି ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗାନ୍ଧି ପରିବାରର ପ୍ରଥମ ପସନ୍ଦ ହୋଇଥିବା ବେଳେ ସେ କିନ୍ତୁ ଏହି ପଦ ପାଇଁ ଅମଙ୍ଗ। ନିଜ ନିଷ୍ପତିରେ ଦୁଦୁ-ପାଞ୍ଚ ଅବସ୍ଥାରେ ଥିବା ଅଶୋକ ଗେହଲଟ ଗତକାଲି ବିଳମ୍ବିତ ରାତିରେ ବିଧାୟକଙ୍କ ବୈଠକ ଡାକିଥିଲେ। କିନ୍ତୁ ଏହି ବୈଠକରେ ସଚିନ ପାଇଲଟ  ଯୋଗ ଦେଇ ନଥିଲେ। ଅନ୍ୟପକ୍ଷରେ ଅଶୋକ ଗେହଲଟ ରାଜସ୍ଥାନ ଛାଡ଼ିବାକୁ ରାଜି ନଥିବା ବିଶେଷ ସୂତ୍ରରୁ ଜଣାଡ଼ିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିବାକୁ ଚାହୁଁଛନ୍ତି। ୭୧ ବର୍ଷୀୟ ଗେହଲଟ  ସଭାପତି ପାଇଁ ଗାନ୍ଧି ପରିବାରର ପ୍ରଥମ ପସନ୍ଦ। ସେ କିନ୍ତୁ ଆରମ୍ଭରୁ ଏହି ପଦ ପାଇଁ ରାଜି ନଥିବା ଜଣାପଡ଼ିଛି। କୁହାଯାଉଛି ଯଦି ଅଶୋକ ଗେହଲଟଙ୍କୁ କଂଗ୍ରେସ ସଭାପତି କରାଯାଏ ତେବେ ତାଙ୍କର ପ୍ରତିଦ୍ୱନ୍ଦୀ ସଚିନ ପାଇଲଟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପାରନ୍ତି। କାରଣ ଏବେ ଡେପୁଟି ମୁଖ୍ୟମନ୍ତ୍ରୀ ଥିବା ସଚିନଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବାରେ ବାଟ ପରିସ୍କାର ହୋଇପାରେ।

ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗେହଲଟ ଓ ସଚିନଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା। ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସଚିନ ଆଗରେ ଥିବା ବେଳେ ଗାନ୍ଧି ପରିବାରର ଖାସ ଅନୁଗତ ଗେହଲଟଙ୍କ ଉପରେ ସୁନା କଳସ ଢାଳିଥିଲା ଦଳ। ସେବେଠାରୁ ସଚିନ ଦଳରେ ନିରବ ବିଦ୍ରୋହ କରି ଆସୁଛନ୍ତି। ଅନ୍ୟପଟେ ସଭାପପତି ପଦ ପାଇଁ  ଶଶୀ ଥରୁର ଏବଂ ଅଶୋକ ଗେହଲଟଙ୍କ ନା ଚର୍ଚ୍ଚାକୁ ଆସିବା ପରେ ଗତକାଲି ଏଆଇସିସି  ସାଧାରଣ ସମ୍ପାଦକ କେ. ସି ବେଣୁଗୋପାଳଙ୍କୁ ଦିଲ୍ଲୀ ଡାକି ଆଲୋଚନା କରିଛନ୍ତି ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି।

ସାକ୍ଷାତ ପରେ ବେଣୁଗୋପାଳ କହିଛନ୍ତି, ସଭାପତି ପଦ ପାଇଁ ଯିଏ ଚାହିଁବେ ଲଢିପାରିବେ। ଏହା ମୁକ୍ତ ଓ ଅବାଧ ନିର୍ବାଚନ। ତେବେ ରାହୁଲ ଗାନ୍ଧି ଲଢିବେ ନା ନାହିଁ ଏହା ସେ ହିଁ ନିଷ୍ପତି ନେବେ ବୋଲି ବେଣୁଗୋପାଳ କହିଛନ୍ତି। ନିକଟରେ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ବରିଷ୍ଠ ନେତା ଶଶି ଥରୁର । ଏହାରି ଭିତରେ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ହରିୟାଣା କଂଗ୍ରେସରେ ପ୍ରସ୍ତାବ ଗୃହୀତ ହୋଇଛି ଯେଉଁଥିରେ ରାହୁଲଙ୍କୁ ସଭାପତି ନିର୍ବାଚନରେ ନାମାଙ୍କନ ଭରିବାକୁ ଅନୁରୋଧ କରାଯାଇଛି।

The post ଗେହଲଟଙ୍କୁ ଡର ସଚିନ: ସଭାପତି ପଦ ପାଇଁ ନା appeared first on Odisha Reporter.



from Odisha Reporter https://ift.tt/sjhu9pJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages