୨୧ ସେପ୍ଟେମ୍ବର, ବୁଧବାର: ଦାମ୍ପତ୍ୟ କଳହର ସମାଧାନ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 20, 2022

୨୧ ସେପ୍ଟେମ୍ବର, ବୁଧବାର: ଦାମ୍ପତ୍ୟ କଳହର ସମାଧାନ ହେବ

ମେଷ: ଶତୃମାନେ ଦୂରେଇ ଯିବେ ଓ ଅପେକ୍ଷା କରିଥିବା କାମର ଶୁଭ ସୂଚନା ମିଳିବ । ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବା ଫଳରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଅଚାନକ ଧନପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ।

ବୃଷ: ଜାଗା, ଜମି, ବାସଗୃହ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟରେ ଆଶାତୀତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । ମର୍ଯ୍ୟାଦାଜନକ ପରିସ୍ଥିତି ସୃଷ୍ଟି ହେବା ସହ ସନ୍ତାନଙ୍କ ଶୁଭ ଖବର ପାଇ ଖୁସି ହେବେ।

ମିଥୁନ: ଶିକ୍ଷା କ୍ଷେତ୍ରରେ ମାନସିକ ଶାନ୍ତି ପାଇବା ସହ ସାମାଜିକ ପତିଆରା ଅମଳିନ ରହିବ। ବ୍ୟବସାୟ କ୍ଷେତ୍ରକୁ ପ୍ରସାର ପ୍ରଚାର କରିବା ଫଳରେ ଆୟ ଉପାର୍ଜନ ବୃଦ୍ଧି ହେବ । ଦାମ୍ପତ୍ୟ କଳହକୁ ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ  ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ, ପାରିବାରିକ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ, ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ, ନିର୍ମାଣାଧୀନ କାର୍ଯ୍ୟକୁ ତ୍ୱରାନ୍ୱିତ କରି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ।

ସିଂହ: ଶୁଭକାମ କରି ପ୍ରଶଂସିତ ହେବା ସହ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । କେତେକ ସୂତ୍ରରୁ କିଛି ଧନ ପାଇବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ ।

କନ୍ୟା: ଦିନଟି ଆପଣଙ୍କ ଲାଗି ଠିକଠାକ୍ ରହିବ, ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ, ଅଚାନକ ଧନପ୍ରାପ୍ତି ସହ ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ଆନନ୍ଦ ଉଲ୍ଲାସରେ ସମୟ କାଟିବେ, ଛାତ୍ରଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ।

ତୁଳା: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ ରହିବ, ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ୱ ବଜାୟ ରହିବ, ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଅପରାହ୍ନରେ ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ ଅଯଥା ବାଦବିବାଦ ଦେଖାଦେଇପାରେ ।

ବିଚ୍ଛା: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ, ଅନେକ ଦିନର ଆଶା ଆକାଂକ୍ଷା ପୂରଣ ହେବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହାଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ, କୌଣସି ଅନୁଷ୍ଠାନର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିପାରନ୍ତି ।

ଧନୁ:  ଆଜି ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ସମ୍ବେଦନଶୀଳ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ, ସ୍ଥଗିତ ଥିବା କାର୍ଯ୍ୟକୁ କୌଣସି ବନ୍ଧୁଙ୍କ ଦ୍ୱାରା ପୂରା କରିବେ। ସ୍ୱାସ୍ଥ୍ୟ ପ୍ରତି ସଚେତ ରହନ୍ତୁ, ସନ୍ତାନସନ୍ତତିମାନେ ଆଜ୍ଞାଧୀନ ହେବେ।

ମକର: ଆପଣ ନିଜ କାମରେ ପ୍ରଶଂସା ଓ ପୁରସ୍କାର ପାଇବେ, ରାଜନୀତିରେ ଆଧିପତ୍ୟ ବଢ଼ିବ। କାରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ ପ୍ରଦ ହେବ, ଧନ ସଂପତ୍ତି ବୃଦ୍ଧି ହେବ। ନିଜର ଲୋକମାନେ ପରୋକ୍ଷରେ ବିରୋଧ କରିବେ, ପରିବାର ସହିତ ହସଖୁସିରେ ସମୟ କଟିବେ।

କୁମ୍ଭ :  ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ, ଶରୀରର କୈାଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ନିଜର ଲୋକ ବିରୁଦ୍ଧାଚରଣ କରିବେ, ଦାମ୍ପତ୍ୟ ଜୀବନରେ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିବ । ଭାବି ଚିନ୍ତି ଖର୍ଚ୍ଚ ନ କଲେ ଅସୁବିଧାରେ ପଡ଼ିପାରନ୍ତି, କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ ।

ମୀନ: ଆଜି ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ, ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ, ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ ।

The post ୨୧ ସେପ୍ଟେମ୍ବର, ବୁଧବାର: ଦାମ୍ପତ୍ୟ କଳହର ସମାଧାନ ହେବ appeared first on Odisha Reporter.



from Odisha Reporter https://ift.tt/fGjwt1N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages