ନୂଆଦିଲ୍ଲୀ: ମସଜିଦ୍ ଯାଇ ଅଲ ଇଣ୍ଡିଆ ଇମାମ ସଙ୍ଗଠନର ମୁଖ୍ୟଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଭେଟିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟଙ୍କ ଭେଟଘାଟ ରାଜନୈତିକ ମାହୋଲକୁ ସରଗରମ କରିଛି। ଏନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ସାକ୍ଷାତ ହେଉଛି ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋଯାତ୍ରା’ର ପ୍ରଭାବ। ଏହି ପରିପ୍ରେକ୍ଷୀରେ ସେ ମୋହନ ଭାଗବତଙ୍କୁ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୁ ଅଭିଯାନରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି। ନିକଟରେ ମୁସଲିମ ନେତାଙ୍କୁ ଭେଟିବା ପରେ ଗତକାଲି ମୋହନ ଭାଗବତ ଦିଲ୍ଲୀର ଏକ ଜଣାଶୁଣା ମସଜିଦ୍ ଯାଇ ଏଠିକାର ମୌଲବୀ ତଥା ଅଲ ଇଣ୍ଡିଆ ଇମାମ ସଙ୍ଗଠନର ମୁଖ୍ୟ ଡ. ଉମେର ଅହମ୍ମଦ ଇଲିୟାସିଙ୍କୁ ଭେଟିଛନ୍ତି।
ଏହି ସାକ୍ଷାତକାର ପରେ ଇଲିୟାସି ମୋହନ ଭାଗବତଙ୍କକୁ ଜାତିର ପିତା ବୋଲି ଅଭିହିତ କରଇଚନ୍ତି। କଂଗ୍ରେସ ନେତା ଗୌରବ ବଲ୍ଲଭ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଭାରତ ଯାତ୍ରା ଅଭିଯାନର ସୁଫଳ ଦେଖିବାକୁ ମଳିଛି। କାରଣ ପ୍ରଥମଥର ପାଇଁ ଆରଏସଏସ ମୁଖ୍ୟ ମୋହନ ଭାଗବତ ମାଦ୍ରାସା ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଯୋଡ଼ୁ ଯାତ୍ରାକୁ ମାତ୍ର ୧୫ ଦିନ ପୁରିଛି। କିନ୍ତୁ ଏହାର ପ୍ରଭାବ ସକରାତ୍ମକ ରହିଛି । ଜଣେ ବିଜେପି ନେତା ଟେଲିଭିଜନ ଡିବେଟରେ ଗଡ଼ସେ ମୁର୍ଦ୍ଦାବାଦ ମଧ୍ୟ କହିଛନ୍ତି। ମୋହନ ଭାଗବତ ମଧ୍ୟ ଭିନ୍ନ ଧର୍ମର ଲୋକଙ୍କୁ ଭେଟିଛନ୍ତି। ଏହା ହେଉଛି ଭାରତ ଯୋଡ଼ୁ ଯାତ୍ରାର ପ୍ରଭାବ ବୋଲି ସେ ଦୋହରାଇଛନ୍ତି। କେନ୍ଦ୍ରର ଶାସକ ଦଳ ପକ୍ଷରୁ ପ୍ରସାରିତ କରାଯାଉଥିବା ଘୃଣା, ବିଭାଜନ ଓ ବିଦ୍ୱେଶ ଉପରେ ଏହି ଯାତ୍ରା ବୋଲି ସେ କହିଛନ୍ତି । ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିଲ୍ଳୀର ଏକ ମସଜିଦ ପରିଦର୍ଶନରେ ଯାଇଥିଲେ।
ସେଠାରେ ମୁଖ୍ୟ ଇମାମଙ୍କ ସହିତ ସାକ୍ଷାତ ଆଲୋଚନା କରିବା ସହିତ ମଦ୍ରାସାରେ ପିଲାମାନଙ୍କ ସହିତ କିଛି ସମୟ କଟାଇଥିଲେ। ବୈଠକ ପରେ ଅଲ୍ ଇଣ୍ଡିଆ ଇମାମ ସଂଗଠନ (ଏଆଇଆଇଓ)ର ମୁଖ୍ୟ ଇମାମ ଉମର ଅହମଦ ଇଲିୟାସି ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ ବୋଲି କହିଛନ୍ତି। ଇମାମ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମୋହନ ଭାଗବତ ଆମକୁ ଭେଟି ଆମସହ ଆଲୋଚନା କରିବା ଆମ ପାଇଁ ସୌଭାଗ୍ୟର ବିଷୟ। ଆମର ଉପାସନା ପଦ୍ଧତି ଭିନ୍ନ ହୋଇପାରେ, କିନ୍ତୁ ଆମେ ସମସ୍ତେ ମଣିଷ। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି କହିଛନ୍ତି, ‘ଏମାନେ (ମୁସଲିମ ବିଦ୍ୱାନ) ଗଲେ ଆଉ ତାଙ୍କୁ (ଭାଗବତଙ୍କୁ) ଭେଟିଲେ। ଏମାନଙ୍କର ବାସ୍ତବତା ସହ ସମ୍ବନ୍ଧ ନାହିଁ। ସାରା ବିଶ୍ୱ ଜାଣିଛି ଆର୍ଏସ୍ଏସ୍ର ଆଦର୍ଶ କ’ଣ। ଆମେ ମୌଳିକ ଅଧିକାର ପାଇଁ ରାଜନୈତିକଭାବେ ଲଢ଼େଇ କରୁଛୁ ।’
The post ମୋହନ ଭାଗବତଙ୍କୁ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ପାଇଁ ନିମନ୍ତ୍ରଣ appeared first on Odisha Reporter.
from Odisha Reporter https://ift.tt/e9as6F2
No comments:
Post a Comment