ସିନେ ପ୍ରେମୀଙ୍କୁ ଭେଟି, ୭୫ ଟଙ୍କାରେ ମଲ୍ଟିପ୍ଲେକ୍ସ ଟିକେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 22, 2022

ସିନେ ପ୍ରେମୀଙ୍କୁ ଭେଟି, ୭୫ ଟଙ୍କାରେ ମଲ୍ଟିପ୍ଲେକ୍ସ ଟିକେଟ୍

ନୂଆଦିଲ୍ଲୀ: ସିନେ ପ୍ରେମୀଙ୍କୁ ଭେଟି। ୧୫୦ କି ୫୦୦ ନୁହେଁ କେବଳ ୭୫ ଟଙ୍କାରେ ବଲିଉଡ଼, ହଲିଉଡ, ଟଲିଉଡ ହେଉ କି ଓଲିଉଡ ସିନେମା ହଲରେ ଦେଖି ପାରିବେ ଦର୍ଶକ। ମଲ୍ଟି ପ୍ଲେକ୍ସ ହେଉ ଅବା ସିଙ୍ଗେଲ ସ୍କ୍ରିନ ସବୁଠି ସମାନ ଦର। ସାରା ଭାରତ ବର୍ଷରେ ପାଳନ ହେଉଛି ଜାତୀୟ ସିନେମା ଦିବସ। ଦର୍ଶକଙ୍କ ପାଇଁ ଏକ ନିଆରା ଅନୁଭୂତି ଦେବାକୁ ଏପରି  ପ୍ରୟାସ କରିଛନ୍ତି ମଲ୍ଟି ପ୍ଲେକ୍ସ ମାଲିକ ସଂଘ।

PVR, INOX,  CINEPOLIC, Cineplex ସମେତ ସମସ୍ତ ବଡ଼ ସିନେମା ଥିଏଟରରେ, ଯେକୌଣସି ଶୋ’ର ଟିକେଟ ଦର ୭୫ ଟଙ୍କା ରହିଛି। ଖାଲି ମଲ୍ଟି ପ୍ଲେକ୍ସ ନୁହେଁ, ସାଧାରଣ ହଲ୍ ବା ଯାହାକୁ ସିଙ୍ଗିଲ ସ୍କ୍ରିନ କୁହାଯାଏ ସେଠି ବି ୭୫ ଟଙ୍କା  ରହିଛି ଟିକେଟ ମୂଲ୍ୟ। ପିଭିଆର, ଆଇନକ୍ସ, ସିନେପଲିସ୍ ସମେତ ୪ ହଜାରରୁ ଅଧିକ ବଡ଼ ପରଦାରେ ମଜା ନେଉଛନ୍ତି ଦର୍ଶକ।

କରୋନା ପରେ ଭାଙ୍ଗି ଯାଇଥିବା ସିନେମା ଶିଳ୍ପ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଛି। ପୁଷ୍ପା, RRR, KGF2  ଆଉ ଏବେ ବ୍ରହ୍ମାସ୍ତ୍ର ଭଳି ଫିଲ୍ମ ହଲକୁ ପୁଣି ଚଳଚଞ୍ଚଳ କରାଇଛିା ତା’ସହ ବହୁ ବର୍ଷ ଧରି ଅନେକ ସିନେମାକୁ ଦର୍ଶକ ଥିଏଟରରେ ଦେଖିଛନ୍ତି। ତେଣୁ ଦର୍ଶକଙ୍କୁ  ଧନ୍ୟବାଦ ଜଣାଇବାକୁ ହଲ୍ ମାଲିକମାନେ ଏପରି ନିଷ୍ପତ୍ତି ନେଇଛନ୍ତି।

ସେପ୍ଟେମ୍ବର ୩କୁ ଜାତୀୟ ସିନେମା ଦିବସ ଭାବେ ପାଳନ କରିଥିଲା ଆମେରିକା। ଏହାକୁ ଅନୁସରଣ କରି ଭାରତରେ ବି ଏପରି ପାଳନ ହେଉଛି। ତେବେ କିଛି ମଲ୍ଟିପ୍ଲେକ୍ସର ଆରାମଦାୟକ ଓ ସ୍ୱତନ୍ତ୍ର ସିଟ୍‌ର ପୂର୍ବ ଭଳି ଦର ରହିଛି।

ଆଜି ରିଲିଜ୍ ହେଉଛି ବଲିଉଡର ଦୁଇଟି ଦମଦାର ସିନେମା। ନିକଟରେ ‘ସୀତା ରାମ’ ଭଳି ବଡ଼ ହିଟ୍ ଦେଇ ପାନ୍ ଇଣ୍ଡିଆରେ ଚର୍ଚ୍ଚାକୁ  ଆସିଥିବା ଷ୍ଟାର ଦୁଲକର ସଲମାନ ଓ ସନି ଦେଓଲଙ୍କ କ୍ରାଇମ ସସପେନ୍ସ ‘ଚୁପ୍’  ଓ ଆର୍. ମାଧବନଙ୍କ ଫିଲ୍ମ ‘ଧୋକା’। ଏହି ଦୁଇଟି ଫିଲ୍ମ ସମେତ ଦର୍ଶକ ଅନ୍ୟ ଆଞ୍ଚଳିକ ଭାଷାର ସିନେମାର ମଜା ଆଜି ୭୫ ଟଙ୍କାରେ ନେଉଛନ୍ତି।

The post ସିନେ ପ୍ରେମୀଙ୍କୁ ଭେଟି, ୭୫ ଟଙ୍କାରେ ମଲ୍ଟିପ୍ଲେକ୍ସ ଟିକେଟ୍ appeared first on Odisha Reporter.



from Odisha Reporter https://ift.tt/d0Kt1j6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages