କଂଗ୍ରେସ ସଭାପତି ଲାଗି ନିର୍ବାଚନ ଲଢ଼ିବେନି ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 22, 2022

କଂଗ୍ରେସ ସଭାପତି ଲାଗି ନିର୍ବାଚନ ଲଢ଼ିବେନି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ଲାଗି ଦୌଡ଼ରେ ନାହାନ୍ତି ଗାନ୍ଧି ପରିବାର। ଏହି ନିର୍ବାଚନରେ ରାହୁଲ ଗାନ୍ଧି ପ୍ରତିଦ୍ୱନ୍ଦିତା କରିବେ ନାହିଁ। କଂଗ୍ରେସର ବରିଷ୍ଠ ନେତା  ତଥା  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଏହି ପଦ ଲାଗି ଦୌଡ଼ରେ ଆଗରେ ଥିବା ଗେହଲଟ କହିଛନ୍ତି ଯେ,  ଗତକାଲି ରାହୁଲ ଗାନ୍ଧି ସଭାପତି ନିର୍ବାଚନ ପାଇଁ ସ୍ପଷ୍ଟ କରିଛନ୍ତି।  ରାହୁଲ କହିଛନ୍ତି ଯେ, ଚଳିତ ସଭାପତି ନିର୍ବାଚନରେ କୌଣସି ଗାନ୍ଧି ପରିବାର ସଦସ୍ୟ ଭାଗ ନେଉ ନାହାନ୍ତି।

ଗତକାଲି ରାହୁଲ ଗାନ୍ଧିଙ୍କୁ  କେରଳରେ ଭେଟିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ। ରାହୁଲ ଗାନ୍ଧି ଏବେ କେରଳର ଭାରତ ଯୋଡ଼ୁ ଯାତ୍ରାରେ ବ୍ୟସ୍ତ ଅଛନ୍ତି। ଗେହଲଟ କହିଛନ୍ତି ଯେ,  ମୁଁ ରାହୁଲ ଗାନ୍ଧିଙ୍କୁ ଏକାଧିକବାର ଅନୁରୋଧ କରିଛି।  ସମସ୍ତଙ୍କ ଇଚ୍ଛା ରାହୁଲ ଗାନ୍ଧି ସଭାପତି ହୁଅନ୍ତୁ।  କିନ୍ତୁ ସେ ଆମ ନିବେଦନରେ ରାଜି ହୋଇ ନାହାନ୍ତି।  ରାହୁଲ ଗାନ୍ଧି ମୋତେ କହଇନ୍ତି ଯେ, ସଭାପତି ନିର୍ବାରନରେ ଗାନ୍ଧି ପାବାରର କୌଣସି ସଦସ୍ୟ ପ୍ରତିଦ୍ୱନ୍ଦିତା କରିବେ ନାହିଁ।  ରହୁଲ ଗାନ୍ଧି କହିଛନ୍ତି  ଯେ, ମୁଁ ଜାଣେ ମୁଁ ସଭାପତି ଲାଗି ସମସ୍ତଙ୍କ ଇଚ୍ଛା। ମୁଁ ମଧ୍ୟ ସେମାନଙ୍କ ଇଚ୍ଛାକୁ ସମ୍ମାନ ଦେଉଛି। କିନ୍ତୁ ଏହି ନିର୍ବାଚନରେ ଗାନ୍ଧିପରିବାରର କୌଣସି ସଦସ୍ୟ ଭାଗ ନନେବାକୁ  ମୁଁ  ନିଷ୍ପତ୍ତି ନେଇଥିବା ରାହୁଲ ଗାନ୍ଧି କହିଛନ୍ତି।

ଅନ୍ୟପଟେ ସଭାପତି ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ରାହୁଲ ଗାନ୍ଧି ପରାମର୍ଶ ଦେବାକୁ ଯାଇ କହିଛନ୍ତି ଯେ ଯିଏ କଂଗ୍ରେସ ସଭାପତି ହେବ ସେ ମନେ ରଖିବା ଉଚିତ୍‌ ଯେ ସେ ଏକ ଧାରଣା, ବିଶ୍ୱାସ, ବ୍ୟବସ୍ଥା ଏବଂ ଭାରତର ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି। ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ସଭାପତି ଏକ ପୋଷ୍ଟ ବା ପଦବୀ ନୁହେଁ; ବରଂ ଏହା ଏକ ବିଶ୍ୱାସର ବ୍ୟବସ୍ଥା। ରାହୁଲ ଗାନ୍ଧି ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ବିଶ୍ୱାସ କରେ। ସେଥିପାଇଁ ଉଦୟପୁରରେ ହୋଇଥିବା ଦଳର ଚିନ୍ତନ ଶିବିରରେ ମଧ୍ୟ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିକୁ ଗୁରୁତ୍ୱ ଦିଆଯାଇ ଏହାକୁ ଦଳର ସବୁ ସ୍ତରରେ କଠୋର ଭାବରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ଦଳର ସଭାପତିମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ।

The post କଂଗ୍ରେସ ସଭାପତି ଲାଗି ନିର୍ବାଚନ ଲଢ଼ିବେନି ରାହୁଲ ଗାନ୍ଧି appeared first on Odisha Reporter.



from Odisha Reporter https://ift.tt/zcPBuT7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages