ମେଷ: ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି, ସତର୍କ ରହି ବ୍ୟବସାୟ କରନ୍ତୁ। ପ୍ରିୟଜନଙ୍କ ସାହାଯ୍ୟ, ସହଯୋଗ ପାଇବେ । ମହିଳାମାନେ ପାରିବାରିକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ ।
ବୃଷ: ମାନସିକ ଅଶାନ୍ତି ଦେଇ ଗତି କରିବେ। ଚାଲିଥିବା କାର୍ଯ୍ୟ ହଠାତ୍ ବନ୍ଦ ଦେବାର ସମ୍ଭାବନା ଅଛି । ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ, ସତର୍କ ରୁହନ୍ତୁ ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ, କିନ୍ତୁ ମାନସିକ ଚାପ ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ଆସିବ ଏବଂ ଯାତ୍ରାରେ ଶୁଭଫଳ ପାଇବେ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ।
କର୍କଟ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ୍ ହେବେ। ସାମାଜିକ ମାନସମ୍ମାନ ମିଳିବ। ଶତ୍ରୁମାନେ ପରାଜିତ ହେବେ।
ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ମନ ଖୁସି ରହିବ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ବୃଦ୍ଧି ହେବ, କିନ୍ତୁ ମତାନ୍ତର ହୋଇପାରେ, ସତର୍କ ରହିବେ।
କନ୍ୟା: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ କିନ୍ତୁ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ।
ତୁଳା: ଆର୍ଥିକ ସ୍ଥିତି ଆଜି ଭଲ ରହିବ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ । ବିଶିଷ୍ଚ ବ୍ୟକ୍ତିଙ୍କ ସାଥିରେ ମିତ୍ରତା ବଢିବ, କିନ୍ତୁ ଶରୀରରେ ଆଘାତ ଲାଗିପାରେ।
ବିଚ୍ଛା: କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସାଥିରେ ବାଦବିବାଦ ଉପୁଜିପାରେ। ଗୁପ୍ତଶତୃମାନେ ହଇରାଣରେ ପକାଇ ପାରନ୍ତି। ବନ୍ଧୁବାନ୍ଧବ କିନ୍ତୁ ସହଯୋଗର ହାତ ବଢ଼ାଇବେ।
ଧନୁ: ବହୁ ଦିନର ଅଭିଳାଶ ପୂରଣ ହେବା ଯୋଗୁଁ ମନ ଖୁସି ରହିବ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ସହ ଧନପ୍ରାପ୍ତି ହେବ। ଶରୀରରେ ଆଘାତ ଲାଗିପାରେ।
ମକର: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବ୍ୟବସାୟ ସ୍ଥଳରେ ବାଦବିବାଦ ଉପୁଜିପାରେ। ଶାରିରୀକ ଅସୁସ୍ଥତା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ପରିବାରରେ ମତଭେଦ ହୋଇପାରେ।
ମୀନ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରାର ଯୋଗ ରହିଛି। ପରିବାରରେ ସାମାନ୍ୟ ମତଭେଦ ଘଟିପାରେ ଏବଂ ଆଘାତ ମଧ୍ୟ ଲାଗିପାରେ।
The post ୨୮ ଅକ୍ଟୋବର, ଗୁରୁବାର, ବିଶିଷ୍ଟ ବ୍ୟକ୍ତିଙ୍କ ସହ ମତାନ୍ତର ହୋଇପାରେ appeared first on Odisha Reporter.
from Odisha Reporter https://ift.tt/fksOHrj
No comments:
Post a Comment