ଦେବଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା କଦମଦର୍ହ ଗାଁରେ ବେଆଇନ କ୍ଲିନିକ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ। ତାଙ୍କଠାରୁ ପ୍ରାୟ ୨ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗର ପ୍ରଶାନ୍ତ ରାୟ।
ପ୍ରଶାନ୍ତ ୪ବର୍ଷ ହେଲା କଦମଦର୍ହ ଗାଁରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରୁଥିଲେ। ଏପରିକି ଶିକ୍ଷାଗତ ଯୋଗ୍ୟତା ନ ଥାଇ ଅପରେସନ ମଧ୍ୟ କରୁଥିଲେ। ଏଥିସହ ଏହି ବେଆଇନ କ୍ଲିନିକରେ ପ୍ରସବ ମଧ୍ୟ କରାଉଥିଲେ। ପ୍ରଶାନ୍ତ ଜଣେ ନକଲି ଡାକ୍ତର ବୋଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ତାଙ୍କ କ୍ଲିନିକରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨ଲକ୍ଷ ଟଙ୍କାର ଔଷଧ ଜବତ କରିଥିଲା।
ଏହା ପୂର୍ବରୁ ପ୍ରଶାନ୍ତ ଝାରସୁଗୁ଼ଡ଼ାରେ ମଧ୍ୟ କ୍ଲିନିକ କରିଥିଲେ। ସେଠାରେ ରୋଗୀଙ୍କର ଚିକିତ୍ସା କରୁଥିଲେ। ୪ ବର୍ଷ ହେଲା କଦମଦର୍ହ ଗାଁରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରିଆସୁଥିଲେ। ପ୍ରଶାନ୍ତ ଜାଲ ସାର୍ଟିଫିକେଟ ଦେଖାଇ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁ ଥିବା ପୁଲିସ ଆଗରେ ନିଜେ ସ୍ୱୀକାର କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
The post ବନ୍ଧାହେଲେ ନକଲି ଡାକ୍ତର, ଜବତ ହେଲା ୨ଲକ୍ଷ ଟଙ୍କାର ମେଡିସିନ୍ appeared first on Odisha Reporter.
from Odisha Reporter https://ift.tt/GOro1wv
No comments:
Post a Comment