ନୂଆଦିଲ୍ଲୀ: ଲୋକପ୍ରିୟ ଡୋଭ୍ ସାବୁନ ଓ ଶାମ୍ପୁ ବଢ଼ାଉଛି କ୍ୟାନସର୍। କେବଳ ଡୋଭ୍ ନୁହେଁ ଟ୍ରେସମି ଭଳି ଅନେକ ନମୀ ଦାମୀ ଶାମ୍ପୁ ବ୍ରାଣ୍ଡ କ୍ୟାନସର ରୋଗ ସୃଷ୍ଟି କରୁଛି। ଏଭଳି କିଛି ଦାବି କରିଛି ଦେଶ ତଥା ବିଶ୍ୱର ଜଣାଶୁଣା କମ୍ପାନୀ ୟୁନିଲିଭର।
କମ୍ପାନୀ କହିଛି, ବଡ ବଡ ଶାମ୍ପୁର ବ୍ରାଣ୍ଡରେ ଅନେକ କେମିକାଲ ପଦାର୍ଥ ରହିଛି, ଯାହା କ୍ୟାନସର ରୋଗ ସୃଷ୍ଟି କରୁଛି। ଏହାକୁ ତୁରନ୍ତ ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁନିଲିଭର ଆମେରିକା ବଜାରରୁ ଡୋଭ୍, ନେକ୍ସସ୍, ଟ୍ରେସମି ଏୟାରୋସେଲ ଡ୍ରାଏ ଶାମ୍ପୁ, ସୁଆଭୋ ଓ ଟିଜିି ସମେତ ଅନେକ ଡ୍ରାଏ ଶାମ୍ପୁକୁ ଫେରସ୍ତ କରିବାକୁ କହିଛି।
ରିପୋର୍ଟ ମୁତାବକ, ଡ୍ରାଏ ଶାମ୍ପୁରେ ବନେଜିନ ଭଳି କେମିକାଲ ପଦାର୍ଥ ଥିବା ଦେଖିବାକୁ ମିଳିଛି। ଏହି କେମିକାଲ କ୍ୟାନ୍ସର ରୋଗ ସୃଷ୍ଟି କରୁଥିବା ଆଶଙ୍କା ରହିଛି। ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ତଥା ଏଫ୍ଡିଏ ଅନୁଯାୟୀ, ଏହି ଉତ୍ପାଦନ ଗୁଡିକ ୨୦୨୧ ଅକ୍ଟୋବର ପୂର୍ବରୁ ପ୍ରସ୍ତୁତ କରାଯାଇ ସାରା ଦେଶର ଖୁଚୁରା ବ୍ୟବସାୟୀମାନଙ୍କୁ ବିକ୍ରି କରିବାକୁ ବଣ୍ଟନ କରାଯାଇଥିଲା। ଏଥିରେ Dove Dry Shampoo Volume and Fullness, Dove Dry Shampoo Fresh Coconut, Nexxus Dry Shampoo Refreshing Mist ଓ Suave Professionals Dry Shampoo Refresh and Revive ସାମିଲ ଅଛି।
ବେନ୍ଜିନ୍ କେମିକାଲ ମଣିଷ ଦେହରେ କ୍ୟାନସର ସୃଷ୍ଟି କରିପାରେ। ଏଫ୍ଡିଏ ତା’ର ରି-କଲ୍ ନୋଟିସରେ କହିଛି, ବେନ୍ଜିନ୍ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରିପାରେ। ନାକ, ମୁହଁ ଓ ଚର୍ମ ଜରିଆରେ ଏହା ଶରୀର ଭିତରେ ପ୍ରବେଶ କରି କ୍ୟାନସର ବିପଦ ସୃଷ୍ଟି କରିବାରେ ସକ୍ଷମ। ଏହି କେମିକାଲରୁ ଲ୍ୟୁକେମିଆ ଓ ବ୍ଲଡ କ୍ୟାନସର ହୋଇପାରେ। ତେଣୁ ଲୋକେ ଏହି ଉତ୍ପାଦନ ବନ୍ଦ କରିବା ଉଚିତ ବୋଲି ଏଫ୍ଡିଏ କହିଛି।
ଗତ କିଛି ବର୍ଷ ହେଲା ଜନ୍ସନ୍ ଆଣ୍ଡ ଜନ୍ସନ୍ ବେବି ପାଉଡର୍ରୁ କ୍ୟାନସର ହେଉଥିବା ନେଇ ଦାବି କରାଯାଉଛି। ଆମେରିକା ବଜାରରୁ ଏହି ପ୍ରଡକ୍ଟକୁ ବ୍ୟାନ୍ କରିବା ପାଇଁ ବହୁଥର ଦାବି ଉଠିଛି। ଗତ ବର୍ଷ ୨୦୨୧ରେ, ପ୍ରକ୍ଟର୍ ଆଣ୍ଡ୍ ଗମବଲ୍ ମଧ୍ୟ ୩୦ ରୁ ଅଧିକ ଏରୋସୋଲ୍ ସ୍ପ୍ରେ ହେୟାର କେୟାର ପ୍ରଡୋକ୍ଟକୁ ଫେରାଇବାକୁ କହିଥିଲା। ଏଥିରେ ଡ୍ରାଏ ସାମ୍ପୋ ଏବଂ ଡ୍ରାଏ କଣ୍ଡିସନର ସାମିଲ୍ ଥିଲା।
The post ଡୋଭ୍ ଓ ଟ୍ରେସମି ଶାମ୍ପୁରୁୁ ବଢ଼ୁଛି କ୍ୟାନସର୍! appeared first on Odisha Reporter.
from Odisha Reporter https://ift.tt/eEmJcsB
No comments:
Post a Comment