ଧାନନଗରରେ ପ୍ରଚାର ଟେନସନ, ବିଜେପି କର୍ମୀଙ୍କୁ ପିଟିଲେ ବିଜେଡି ସରପଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 23, 2022

ଧାନନଗରରେ ପ୍ରଚାର ଟେନସନ, ବିଜେପି କର୍ମୀଙ୍କୁ ପିଟିଲେ ବିଜେଡି ସରପଞ୍ଚ

ଭଦ୍ରକ( ପାର୍ଥ ସାରଥୀ ନାୟକ ): ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ବଢୁଛି ରାଜନୈତିକ ଉଷ୍ଣତା । ପ୍ରଚାର ଯେତିକି ଆଗକୁ ବଢୁଛି ରାଜନୀତି ସେତିକି ସରଗରମ ହେଉଛି । ପ୍ରଚାରକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି, ବିଜେଡି। ଏପରିକି ବିଜେପିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ବିଜେଡି ସରପଞ୍ଚ ଓ ତାଙ୍କ ବାପା ମିଳିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଏବେ ଧାମନଗରରେ ଦେଖାଦେଇଛି ଟେନସନ । ଆକ୍ରମଣର ଶିକାର ହୋଇଛନ୍ତି ତିହିଡି ବ୍ଲକ ଦୋଳସାହିର ରାଜକିଶୋର ସେଠୀ ।

ସୂଚନା ଅନୁଯାୟୀ, ଗତକାଲି  ରାଜକିଶୋର ସେଠୀ ଗୁଆମାଳରୁ ଦଳୀୟ ପତାକା ଧରି ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୋଳସାହି ପଞ୍ଚାୟତର ସରପଞ୍ଚ ଓ ତାଙ୍କ ବାପା ଅତର୍କିତ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ରାଜକିଶୋର ସେଠୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି ।

ଏନେଇ ତିହିଡି ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏପଟେ ବିଜ଼େଡି କର୍ମକର୍ତ୍ତାମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ଉଠାଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ। ଏନେଇ ସେ କହିଛନ୍ତି, ଦୋଳସାହି ପଞ୍ଚାୟତର କାର୍ଯ୍ୟକର୍ତ୍ତା ରାଜକିଶୋର ସେଠୀଙ୍କୁ ସରପଞ୍ଚ ଓ ତାଙ୍କ ବାପା ଆକ୍ରମଣ କରିଛନ୍ତି। ବିଜେଡି ଚିରାଚିରତ ଭାବେ ଆକ୍ରମଣ ପନ୍ଥା ଆପଣେଇ ନେଇଛି। ଏହାକୁ ଦୃଢ ନିନ୍ଦା କରୁଛୁ।  ତେବେ ଏନେଇ ବିଜ଼େଡିର ପ୍ରତିକ୍ରିୟା ମିଳିପାରିନି  ।

ଧାମନଗରରେ ଏବେ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପିର ସୂର୍ଯ୍ୟବଂଶୀ ସୁରଜ, ବିଜେଡିର ଅବନ୍ତୀ ଦାସ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି । ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଥିବା ବେଳେ ବିଜେଡିରୁ ବହିଷ୍କୃତ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପଛରେ ନାହାନ୍ତି । ସେ ତାଙ୍କର ସମର୍ଥକଙ୍କୁ ଧରି ଜୋରସୋରରେ ସେ ପ୍ରଚାର ଚଳାଇଛନ୍ତି ।

ଗତକାଲି ତିହିଡି ବ୍ଲକର ବିଭିନ୍ନ  ପଞ୍ଚାୟତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି  ଓ ଧାମନଗର ବ୍ଲକରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଧାମନଗର ବ୍ଲକର ବିଭିନ୍ନ ପଂଚାୟତ ଏବଂ ବିଜେଡି ଧାମନଗର ଏନ୍ଏସିରେ ରୋଡ୍ ସୋ କରିଥିଲେ  ।

The post ଧାନନଗରରେ ପ୍ରଚାର ଟେନସନ, ବିଜେପି କର୍ମୀଙ୍କୁ ପିଟିଲେ ବିଜେଡି ସରପଞ୍ଚ appeared first on Odisha Reporter.



from Odisha Reporter https://ift.tt/tJSqxFs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages