କାର୍‌ଗିଲରେ ମୋଦି, ଯବାନଙ୍କ ସହ ପାଳିବେ ଦୀପାବଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 23, 2022

କାର୍‌ଗିଲରେ ମୋଦି, ଯବାନଙ୍କ ସହ ପାଳିବେ ଦୀପାବଳି

ଶ୍ରୀନଗର: କାର୍‌ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଆଜି କାର୍‌ଗିଲ୍‌ରେ ପହଞ୍ଚିଛନ୍ତି। ଚଳିତ ବର୍ଷ ମଧ୍ୟ ମୋଦି ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିବେ। ଲଗାତର ୯ ବର୍ଷ ଧରି ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି।

ସୂଚନା ମୁତାବକ, ଆଜି ମୋଦି ଯବାନଙ୍କୁ ସାକ୍ଷାତ କରିବା ସହ ତାଙ୍କ ସହ ମିଶି ଚା’ ପିଇବେ ଓ ଦୀପାବଳି ପାଳନ କରିବେ। ଏହାପୂର୍ବରୁ ମଧ୍ୟ ମୋଦି ଦୀପାବଳି ଅବସରରେ ସୀମାର ଭିନ୍ନ ଭିନ୍ନ ପୋଷ୍ଟରେ ସେନା ସହ ଦୀପାବଳି ପାଳନ କରିସାରିଛନ୍ତି।

ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦି ସେନା ସହ ଲଗାତର ଦୀପାବଳି ପାଳନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ସେ ପ୍ରଥମଥର ସିଆଚିନରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ। ସେହିପରି ଗତବର୍ଷ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ସେନା ସହ ଦୀପୋତ୍ସବ ପାଳନ କରିଥିଲେ।

୨୦୧୫ରେ ମୋଦି ପଞ୍ଜାବରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିବା ବେଳେ ୨୦୧୬ରେ ହିମାଚଳର କିନୌରରେ, ୨୦୧୭ ଜମ୍ମୁକଶ୍ମୀରର ଗୁରେଜ ପହଞ୍ଚିଥିଲେ। ସେହିପରି ୨୦୧୮ରେ ତିବ୍ଦତ ସୀମାରେ ପୁଲିସକର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିଥିଲେ। ୨୦୧୯ରେ ଏଲ୍‌ଓସି ଓ ୨୦୨୦ରେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟରେ ସେନା ଯବାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ।

The post କାର୍‌ଗିଲରେ ମୋଦି, ଯବାନଙ୍କ ସହ ପାଳିବେ ଦୀପାବଳି appeared first on Odisha Reporter.



from Odisha Reporter https://ift.tt/wKFTUy2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages