କୋଇଡ଼ା(ଓଡ଼ିଶା ରିପୋର୍ଟର): ନୂଆ ଷ୍ଟାଇଲରେ ଚୋରି। ତାଲା ଭାଙ୍ଗି ଘରେ ପଶି ଚୋରି କଲେ। ଘରେ କଳକନା ବୁଲାଇଦେବା ପରେ ଆଉ ଏକ ତାଲା ଘରେ ପକାଇ ଚାବି ଜୋତା ଷ୍ଟାଣ୍ଡରେ ରଖି ପଳାଇଲେ ଚୋର। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଥାନା ଅଧିନସ୍ଥ ମେଡ଼ିକାଲ ଛକ ନିକଟରେ।
ମେଡ଼ିକାଲ ଛକ ନିକଟରେ ଦୀପ୍ତିମୟୀ ମହାନ୍ତିଙ୍କ ପରିବାର ଭଡ଼ାରେ ରହୁଥିଲେ। ଦୀପ୍ତିମୟୀଙ୍କ ଶାଶୁ ଦେହାନ୍ତ ଖବର ଶୁଣି ପରିବାର ସଦସ୍ୟ ଯାଜପୁର ସ୍ଥିତ ଗାଁକୁ ଚାଲି ଯାଇଥିଲେ। ଏହି ସୁଯୋଗରେ କେହି ଜଣେ ଦୁର୍ବୁତ୍ତ ଘରର ମୁଖ୍ୟ ତାଲା ଭାଙ୍ଗି ଆଲମାରି ଭିତରେ ଥିବା ୮ ଲକ୍ଷ ଟଙ୍କାର ସୁନା ଓ ୩ ଲକ୍ଷ ନଗଦ ଟଙ୍କା ନେଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ପ୍ରଥମେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶିଥିଲେ। ଘରେ କଳାକନା ବୁଲାଇବା ପରେ ଚୋରମାନେ ଆଉ ଏକ ତାଲା ପକାଇ ଚାବି ଜୋତାଷ୍ଟାଣ୍ଡରେ ରଖି ପଳାଇଥିଲେ। ପରିବାର ଲୋକେ ଗତକାଲି ଘରେ ପହଞ୍ଚି ଘରେ ଚୋରି ହୋଇଥିବା ଦେଖି ପୁଲିସକୁ ଜଣାଇଥିଲେ। ଏନେଇ କୋଇଡ଼ା ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
The post ତାଲା ଭାଙ୍ଗି ଚୋରି କଲେ,ପୁଣି ତାଲା ପକାଇ ପଳାଇଲେ appeared first on Odisha Reporter.
from Odisha Reporter https://ift.tt/6kK1Z85
No comments:
Post a Comment