ବାଇକ୍‌କୁ ଘୋଷାଡ଼ିି ନେଲା ପୁଲିସ ବସ୍‌, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 11, 2022

ବାଇକ୍‌କୁ ଘୋଷାଡ଼ିି ନେଲା ପୁଲିସ ବସ୍‌, ୩ ମୃତ

ପାଟନା: ବିଚ୍ ରାସ୍ତାରେ ବାଇକ୍ ଉପରେ ଚଢ଼ି ଗଲା ପୁଲିସ ବସ୍। ୧୦୦ ମିଟର ଯାଏଁ ବାଇକ୍‌କୁ ଘୋଷାଡି ନେଲା। ବିହାରର ଛପରାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ବାଇକ୍‌ରେ ଯାଉଥିଲେ।

ସୂଚନା ମୁତାବକ, ସୀତାବଦିଆରାରେ କନ୍ଦ୍ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ଯବାନମାନଙ୍କୁ ନେଇ ଯାଉଥିବା ଏକ ପୁଲିସ ବସ୍ ଦେବରିଆ ଗାଁ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା। ବସ୍‌ଟି ବାଇକ୍ ଉପରେ ଚଢ଼ି ଯିବା ସହ ୧୦୦ ମିଟର ଯାଏ ଘୋଷାଡି ନେଇଥିଲା। ଫଳରେ ବାଇକ୍‌ରେ ଯାଉଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ବସ୍ ତଳେ ଫସି ପ୍ରାଣ ହରାଇଥିଲେ। ଧକ୍କା ଦେବା ପରେ ବସ୍‌ରେ ନିଆଁ ଲାଗି ଆଉ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ମୃତକମାନେ ହେଲେ ଭିଣ୍ଡ ଗାଁର ବାବୁଲାଲ ସିଂହ, କୁନ୍ଦନ ମାଞ୍ଝି ଓ ଅନ୍ୟଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି। ଏମାନେ ତିନି ଜଣ କୌଣସି କାମରେ ବାଇକ୍‌ରେ ଯାଉଥିଲେ।

ସେପଟେ ଧକ୍କା ଦେଇଥିବା ପୁଲିସ ବସ୍‌ରେ କେତେ ଜଣ ଥିଲେ ଓ କିଏ ଗୁରୁତର ଆହତ ହୋଇଛନ୍ତି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

The post ବାଇକ୍‌କୁ ଘୋଷାଡ଼ିି ନେଲା ପୁଲିସ ବସ୍‌, ୩ ମୃତ appeared first on Odisha Reporter.



from Odisha Reporter https://ift.tt/WAy0LOS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages