ଚିକିତ୍ସା ପାଇଁ ସିଙ୍ଗାପୁର ଗଲେ ଲାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 11, 2022

ଚିକିତ୍ସା ପାଇଁ ସିଙ୍ଗାପୁର ଗଲେ ଲାଲୁ

ନୂଆଦିଲ୍ଲୀ: ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଅଛନ୍ତି। ଏଥିପାଇଁ ଚିକିତ୍ସା ଲାଗି ସିଙ୍ଗାପୁର ଯାଇଛନ୍ତି ଲାଲୁ। ସେଠାରେ ତାଙ୍କୁ ଝିଅ ରୋହିଣୀ ସ୍ୱାଗତ କରିଛନ୍ତି ।

ନିକଟରେ ଲାଲୁ ଯାଦବଙ୍କ ଆବେଦନ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ପାସ୍‌ପୋର୍ଟ ରିଲିଜ କରିବାକୁ ଅନୁମତି ଦେଇଥିଲା। ଏହାପରେ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇଛନ୍ତି।

ଲାଲୁଙ୍କୁ ଡାଇବେଟିସ୍‌, ବ୍ଲଡ ପ୍ରେସର୍‌, ହୃଦୟରୋଗ ଓ କିଡନୀ ଜନିତ ସମସ୍ୟା ରହିଛି। ଏଥିସହ ଥାଲାସେମିଆ ରୋଗରେ ମଧ୍ୟ ସେ ପୀଡିତ ଅଛନ୍ତି। କେବଳ ସେତିକି ନୁହେଁ ହାଡ ଓ ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ସେ ପୀଡିତ ଅଛନ୍ତି। ତେବେ ଲାଲୁଙ୍କ କିଡନୀ ସମସ୍ୟା ସବୁଠାରୁ ଗୁରୁତର ରହିଛି । ତାଙ୍କ କିଡନୀ ସ୍ତର ଲାଷ୍ଟ ଷ୍ଟେଜରେ ଅଛି। ୨୦ରୁ ୨୫ ପ୍ରତିଶତ ହିଁ ତାଙ୍କ କିଡନୀ କାମ କରୁଛି। ଏଭଳି ସ୍ଥିତିରେ ତାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ ନା ନାହିଁ ତାହା ସିଙ୍ଗାପୁରରେ ହିଁ ନିଷ୍ପତ୍ତି ନିଆଯିବ।

ଉଲ୍ଲେଖଯୋଗ୍ୟ, ନିକଟରେ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଥରେ ଆର୍‌ଜେଡି ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ୫ ଜୁଲାଇ ୧୯୯୭ରେ ଆର୍‌ଜେଡି ଦଳ ଗଠନ ହୋଇଥିଲା। ସେବେଠାରୁ ବର୍ତ୍ତମାନ ଯାଏ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ଲାଲୁ।

The post ଚିକିତ୍ସା ପାଇଁ ସିଙ୍ଗାପୁର ଗଲେ ଲାଲୁ appeared first on Odisha Reporter.



from Odisha Reporter https://ift.tt/P7nHB91

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages