ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ । ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନଜୁଏଲାରେ ବ୍ୟାପକ ଭୂସ୍ଖଳନ ହୋଇଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ଦକ୍ଷିଣ ଆମେରିକାରେ ପ୍ରବଳ ବର୍ଷା ଯୋଗୁ ଏଭଳି ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି ।
ଗତ କିଛି ଦିନ ହେବ ଭେନଜୁଏଲାରେ ପ୍ରବଳ ବର୍ଷା ଜାରି ରହିଛି । ଏଥିଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ଅଧିକାଂଶ ଲୋକଙ୍କ ପ୍ରାଣହାନୀ ଘଟିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭେନଜୁଏଲା ଉପରାଷ୍ଟ୍ରପତି ଡେଲ୍ସି ରଡ୍ରିଗେସ୍ ଏନେଇ ସୂଚନା ଦେଇଛନ୍ତି ।
A landslide in central Venezuela left at least 22 people dead and more than 50 missing after heavy rains caused a river to overflow, said Vice President Delcy Rodriguez: AFP
— ANI (@ANI) October 9, 2022
ଭୂସ୍ଖଳନ ଯୋଗୁଁ ଘରବାଡ଼ି ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ନଷ୍ଟ ହୋଇଯାଇଛି। ପାହାଡ ଉପରୁ ମାଟି ଅତଡା ଖସି ଘରଦ୍ୱାର ସବୁ କାଦୁଅ ତଳେ ପୋତି ହୋଇଯାଇଛି । ରାସ୍ତାରେ ବିରାଟ ବଡ ବଡ ଗଛ ଉପୁଡି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ।
ଉପରାଷ୍ଟ୍ରପତିଙ୍କ କହିବା ମୁତାବକ, ମଧ୍ୟ ଭେନଜୁଏଲାର ୫ଟି ଛୋଟ ଛୋଟ ନଦୀରେ ବନ୍ୟା ଆସିଛି । ପୂରା ସହରରେ ଏବେ ବି କାଦୁଅ ଓ ମାଟି ତଳେ ଅନେକ ଲୋକ ଦବି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି ।
ସନ୍ଧାନୀ କୁକୁରଙ୍କ ସହିତ ଉଦ୍ଧାର କାର୍ୟ୍ୟରେ ପ୍ରାୟ ୧୦୦୦ ଲୋକ ନିୟୋଜିତ ହୋଇଥିବା କଥା ଗୃହ ଓ ବିଚାର ବିଭାଗୀୟ ମନ୍ତ୍ରୀ ରିମିଜିଓ ସିବାଲସ୍ କହିଛନ୍ତି। ସେ ନିଜେ ମଧ୍ୟ ଉଦ୍ଧାର କାର୍ୟ୍ୟ କରୁଛନ୍ତି।
The post ଭୟଙ୍କର ଭୂସ୍ଖଳନ, ୨୨ ମୃତ appeared first on Odisha Reporter.
from Odisha Reporter https://ift.tt/Ucm6Bit
No comments:
Post a Comment