ଆଜିଠୁ ଗଜଲକ୍ଷ୍ମୀ ପୂଜା, ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 9, 2022

ଆଜିଠୁ ଗଜଲକ୍ଷ୍ମୀ ପୂଜା, ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା

ଢେଙ୍କାନାଳ/ କେନ୍ଦ୍ରାପଡ଼ା( ଓଡ଼ିଶା ରିପୋର୍ଟର ): ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା।  ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଏହି ୨ ଜିଲ୍ଲା ବେଶ୍‌ ଉତ୍ସବମୁଖର ହୋଇଉଠିଛି।  ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ ଢେଙ୍କାନାଳ ଜିଲ୍ଲା ବି ପ୍ରସିଦ୍ଧ ଗଣ ପର୍ବ ଗଜଲଷ୍ମୀ ପୂଜାରେ ପ୍ରକମ୍ପିତ ହେଉଛି।

ଚଳିତ ବର୍ଷ କେନ୍ଦ୍ରାପଡା ସହରର ୬୮ ଗୋଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉ ଅଛି। ସହର ଉପକଣ୍ଠ ଅଞ୍ଚଳରେ ଶତାଧିକ ମଣ୍ଡପରେ ଧନ ଧାତ୍ର ମା’ଙ୍କ ପୂଜା ଆରମ୍ଭ ହୋଇଛି। ଏହି ପୂଜା ୭ ଦିନ ଧରି ଚାଲିବ।  ମଣ୍ଡପରେ ମା’ଙ୍କ ଦିବ୍ୟ ଦର୍ଶନ ପାଇଁ ସମାଗମ ଦେଖିବାର ମିଳିଛି। ବିଭିନ୍ନ ମଣ୍ଡପରେ ସୁଉଚ୍ଚ ତୋରଣ ଆଲୋକମାଳାରେ ଝଲସୁଛି  ସାରା ସହର । ତେବେ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ସହିତ ସହରରେ ବିଭିନ୍ନ ସମ୍ବେଦନଶୀଳ ଜାଗାରେ ସିସିଟିଭି ନଜରରେ ରହିବା ସାରା ସହର ।

ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ।

ସେହିପରି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଛି ଢେଙ୍କାନାଳ ଜିଲ୍ଲା ।  । କୁମାରପୂର୍ଣ୍ଣିମା ରାତିରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମା’ଲକ୍ଷ୍ମୀଙ୍କୁ  ଆବାହନ କରାଯାଇଛି ।  ଏଥର ଢେଙ୍କାନାଳରେ ମିଳିତ ବଜାର ପୂଜା କମିଟି ପକ୍ଷରୁ ମୋଟ ୩୮ଟି ପୂଜା ମଣ୍ଡପର ଆୟୋଜନ କରାଯାଇଛି। ବିଭିନ୍ନ ମଣ୍ଡପରେ ଚାନ୍ଦି ମେଢରେ ଝଲସୁଛନ୍ତି ମା’। ୨ ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ ପୂଜାର ଆୟୋଜନ କରାଯାଇଥିବାରୁ ଏଥର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହେବାର ଆଶା ରଖିଛନ୍ତି ଆୟୋଜକ ।

The post ଆଜିଠୁ ଗଜଲକ୍ଷ୍ମୀ ପୂଜା, ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା appeared first on Odisha Reporter.



from Odisha Reporter https://ift.tt/YCI5BzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages