ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ନିଜ ଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ଚାଷୀ। ହେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ପରି ସଙ୍ଗୀନ ଆରୋପ ଲଗାଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି କରୁଆଝର ଗାଁରେ ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ଅନଙ୍ଗ ମଲ୍ଲିକ। ଏପରିକି ବାରହା ଫାସରେ ପଡ଼ି ଅନଙ୍ଗଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି।
କରୁଆଝର ଗାଁର ଗଙ୍ଗାଧର ସାହୁ ଏବଂ ତାଙ୍କ ପୁଅ ସୁମନ୍ତ ସାହୁ ନିଜ ଚାଷ ଜମି ଚାରିକଡରେ ତାର ବିଛାଇ ବିଦ୍ୟୁତ୍ ସଂଯୋଗ କରିଥିଲେ । ଗଙ୍ଗାଧରଙ୍କ ଜମିକୁ ଲାଗିକି ଅନଙ୍ଗ ମଲ୍ଲିକଙ୍କ ଜମି ରହିଛି ।
ଗତକାଲି ରାତିରେ ଅନଙ୍ଗ ନିଜ ଚାଷ ଜମି ନିକଟକୁ ପାଣି ମଡ଼ାଇବାକୁ ଯାଇଥିଲେ । ସେଠାରେ ହଠାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛଟପଟ ହୋଇ ଅନଙ୍ଗ ଜୀବନ ହାରିଲେ । ନିଜ ବାପାକୁ ଉଦ୍ଧାର କରିବାକୁ ଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୁଅ ରୂପେଶ । ରୂପେଶ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ବିଭାଗକୁ ଖବର ନେଇ ବିଦ୍ୟୁତ୍ ସଂଯୋଗ କଟାଇଥିଲେ । ହେଲେ ସେତେବେଳକୁ ଅନଙ୍ଗଙ୍କର ଜୀବନ ଚାଲି ଯାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନଙ୍ଗଙ୍କ ସହ ଗଙ୍ଗାଧରଙ୍କର ପୂର୍ବ ଶତୃତା ଲାଗି ରହିଥିଲା । ତେଣୁ ଜାଣି ଶୁଣି ଗଙ୍ଗାଧର ବିଦ୍ୟୁତ ତାର ଜାଲ ବିଛାଇ ଅନଙ୍ଗଙ୍କୁ ହତ୍ୟା କରିଛନ୍ତି।
ଗତ କିଛି ଦିନ ହେଲା ବେଆଇନ ଭାବେ ବାରାହା ଶିକାର କରି ଗଂଗାଧର ମାଂସ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ତେଣୁ ବାରାହା ଫାସରେ ପଡି ଅନଙ୍ଗଙ୍କ ଜୀବନ ଯାଇଥିବା ଚର୍ଚ୍ଚା ହେଉଛି। ପୂରା ଘଟଣାର ଛାନଭିନ ଆରମ୍ଭ କରିଛି ଦେଓଗାଁ ପୁଲିସ । ଏହି ଘଟଣା ପରେ ଚାଷ ଜମି ମାଲିକ ଉଭୟ ଗଙ୍ଗାଧର ଏବଂ ତାଙ୍କ ପୁଅ ଫେରାର ହୋଇଯାଇଥିବା ଜଣାପଡିଛି ।
The post ଜମିରେ ପାଣି ମଡ଼ାଉଥିଲେ ଚାଷୀ, ମାରିଲା କରେଣ୍ଟ appeared first on Odisha Reporter.
from Odisha Reporter https://ift.tt/JviLDpn
No comments:
Post a Comment