ଗ୍ୟାଙ୍ଗଷ୍ଟର୍‌ଙ୍କ ଉପରେ NIAର ଆକ୍ସନ, ୫୦ରୁ ଅଧିକ ସ୍ଥାନରେ ରେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 17, 2022

ଗ୍ୟାଙ୍ଗଷ୍ଟର୍‌ଙ୍କ ଉପରେ NIAର ଆକ୍ସନ, ୫୦ରୁ ଅଧିକ ସ୍ଥାନରେ ରେଡ୍‌

ନୂଆଦିଲ୍ଲୀ: ଆକ୍ସନ ମୋଡରେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି ତଥା ଏଏନ୍‌ଆଇ। ଗ୍ୟାଙ୍ଗଷ୍ଟର୍‌ଙ୍କ ବିରୋଧରେ ଏନ୍‌ଆଇଏ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାର ସାରା ଦେଶର ପ୍ରାୟ ୫ ରାଜ୍ୟରେ ୫୦ରୁ ଅଧିକ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ କରିଛି। ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ ଲିଙ୍କ, ଗ୍ୟାଙ୍ଗଷ୍ଟର୍ ଓ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବା ପାଇଁ ଏହି ଚାଢ଼ାଉ ହୋଇଛି।

ସୂଚନା ମୁତାବକ, ହରିୟାଣାର ୧୦ ଜିଲ୍ଲା, ପଞ୍ଜାବର ୩ରୁ୪ ଜିଲ୍ଲାରେ ଏନ୍‌ଆଇଏର ରେଡ୍ ଜାରି ରହିଛି। କୁହାଯାଉଛି ଯେ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ବମ୍ବିହା ଗ୍ରୁପ୍‌ର ସଦସ୍ୟଙ୍କୁ ଧରିବା ପାଇଁ ଏଭଳି ରେଡ୍ ଆରମ୍ଭ କରିଛି ଏନ୍‌ଆଇଏ।

ଏହାପୂର୍ବରୁ ସେପ୍ଟେମ୍ବର ମାସରେ, ଏନଆଇଏର ନେତୃତ୍ୱାଧୀନ ଏକାଧିକ ଏଜେନ୍ସି ୧୫ ଟି ରାଜ୍ୟର ୯୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ଏବଂ ଦେଶରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବାରେ ସମ୍ପୃକ୍ତ ଥିବା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ୧୦୬ ନେତା ତଥା କାର‌୍ୟ୍ୟକର୍ତ୍ତାଙ୍କୁ ଗିରଫ କରିଥିଲେ। ଅଧିକାରୀମାନେ କହିଥିଲେ ଯେ କେରଳରେ ସର୍ବାଧିକ ୨୨ ଜଣ ପିଏଫ୍‌ଆଇ କାର‌୍ୟ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଏହାର ସଭାପତି ଓଏମଏ ସଲାମ ମଧ୍ୟ ଅଛନ୍ତି ବୋଲି ସେ କହିଥିଲେ। ଅଧିକାରୀମାନେ ଏହାକୁ ପିଏଫଆଇ ବିରୋଧରେ ସବୁଠୁ ବଡ ଅପରେସନ୍ ବୋଲି କହିଥିଲେ।

The post ଗ୍ୟାଙ୍ଗଷ୍ଟର୍‌ଙ୍କ ଉପରେ NIAର ଆକ୍ସନ, ୫୦ରୁ ଅଧିକ ସ୍ଥାନରେ ରେଡ୍‌ appeared first on Odisha Reporter.



from Odisha Reporter https://ift.tt/JFPOeT1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages