ଆଜିଠୁ ଜୋରଦାର ହେବ ଟ୍ରାଫିକ ଧରପଗଡ଼ , ମିଳିବନି ନିସ୍ତାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 17, 2022

ଆଜିଠୁ ଜୋରଦାର ହେବ ଟ୍ରାଫିକ ଧରପଗଡ଼ , ମିଳିବନି ନିସ୍ତାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ନିସ୍ତାର ନାହିଁ।  ଜୋରଦାର ହେବ ଧରପଗଡ଼ ଓ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ  । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆଜିଠୁ ସ୍ପେଶାଲ୍ ଡ୍ରାଇଭକୁ ଜୋରଦାର କରାଯିବ । ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

ଆଜିଠୁ ୨୧ ତାରିଖ ଯାଏଁ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏଁ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ । ଅଭିଯାନରେ ପୁଲିସ ମଧ୍ୟ ସାମିଲ ହେବ ।

ଏହି ସ୍ପେଶାଲ ଡ୍ରାଇଭ୍‌ରେ ଫୋକସରେ ରହିବ ବିନା ହେଲମେଟରେ ଗାଡ଼ି ଚାଳନା, ଗାଡ଼ି ଚଳାଉଥିବାବେଳେ ମୋବାଇଲ୍ ବ୍ୟବହାର, ସିଟ୍ ବେଲ୍ଟ ଏବଂ ସର୍ବାଧିକ ବେଗରେ ଗାଡ଼ି ଚାଳନା ।  ବିନା ଲାଇସେନ୍ସରେ ବାଇକ୍ ଚାଳନା କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ ଜବତ କରାଯିବ । ସେହିପରି ବିନା ହେଲମେଟ୍ରେ ଯାତ୍ରା କରୁଥିଲେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ।

The post ଆଜିଠୁ ଜୋରଦାର ହେବ ଟ୍ରାଫିକ ଧରପଗଡ଼ , ମିଳିବନି ନିସ୍ତାର appeared first on Odisha Reporter.



from Odisha Reporter https://ift.tt/Q1hZ3uK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages