ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢ଼ୁଆ ବିମାନ, ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 17, 2022

ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢ଼ୁଆ ବିମାନ, ୪ ମୃତ

ନୂଆଦିଲ୍ଲୀ: କ୍ରାଶ ହେଲା ରୁଷର ଲଢ଼ୁଆ ବିମାନ। ଇଞ୍ଜିନ ଖରାପ ଯୋଗୁ ଯୁଦ୍ଧ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଜନବସତି ଅଞ୍ଚଳରେ ମାଡ ହୋଇଛି। ଦକ୍ଷିଣ ରୁଷର ୟେସ୍କେ ସହରର ଆଜୋଫ ପୋର୍ଟରେ ଲୋକେ ରହୁଥିବା ଅଞ୍ଚଳରେ ବିମାନଟି କ୍ରାଶ୍ ହୋଇଛି। ଫଳରେ ଏକ ଆପର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ଏନେଇ ରୁଷ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଟେକ୍ ଅଫ୍ ସମୟରେ ଏସୟୁ-୩୪ ବୋମା ବର୍ଷଣକାରୀ ବିମାନର ଏକ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା ବୋଲି ରୁଷ ପ୍ରତିରକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ବିମାନରେ ଦୁଇ କ୍ରୁ ମେମ୍ବର ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। କିନ୍ତୁ ବିମାନଟି ଜନବସତି ଏରିଆରେ କ୍ରାଶ୍ ହୋଇଥିବାରୁ ଏଥିରେ ବହୁ ପରିମାଣରେ ଇନ୍ଧନ ବାହାରି ପ୍ରଚଣ୍ଡ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସହ ମିଶି ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କୁହାଯାଇଛି।

ଏହି ଘଟଣାରେ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଅନେକ ରୁମ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ଯୋଗୁ ଅତି କମ୍‌ରେ ୧୭ଟି ଆପାର୍ଟେମେଣ୍ଟ ଏଥିରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଟ୍ରେନିଂ ମିଶନ ପାଇଁ ବିମାନ ନିଆଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ୟେସ୍କର ସହରରେ ପ୍ରାୟ ୯୦ ହଜାର ଲୋକ ରହୁଥିବା ବେଳେ ଏକ ବଡ଼ ବିମାନ ବନ୍ଦର ରହିଛି।

The post ଆପାର୍ଟମେଣ୍ଟରେ ମାଡ଼ ହେଲା ଲଢ଼ୁଆ ବିମାନ, ୪ ମୃତ appeared first on Odisha Reporter.



from Odisha Reporter https://ift.tt/Ii30Kef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages