ନୂଆଦିଲ୍ଲୀ: ନୂଆ ରୂପରେ ସାଂସଦ ରାହୁଲ ଗାନ୍ଧି। କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ପ୍ରତିଦିନ ରାହୁଲ ଗାନ୍ଧିଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି। ଗୁରୁ ନାନକ ଜୟନ୍ତୀ ଅବସରରେ ପୁଣି ଥରେ ରାହୁଲଙ୍କ ନୂଆ ରୂପ ଦେଖିବାକୁ ମିଳିଛି। ଏଥିରେ ଚିହ୍ନିବା ମୁସକିଲ ହୋଇପଡିଛି।
ମହାରାଷ୍ଟ୍ରରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ପହଞ୍ଚିବା ପରେ ସାରା ରାତି ଗୁରୁ ନାନକ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାହୁଲ। ଏହି ଅବସରରେ ସେ ମୁଣ୍ଡରେ ପଗଡି ବାନ୍ଧି ଶିଖ ଧର୍ମୀମାନଙ୍କ ପାରମ୍ପରିକ ପୋଷାକ ପିନ୍ଧିଥିବା ନଜର ଆସିଥିଲେ।
ରାହୁଲ ଗାନ୍ଧି ଏକ ଟ୍ୱିଟ୍ ପୋଷ୍ଟ୍ ଜରିଆରେ କହିଛନ୍ତି ଯେ ମହାରାଷ୍ଟ୍ରରେ ଯାତ୍ରାର ଆରମ୍ଭ ହୋଇସାରିଛି। ଗୁରୁ ନାନକଙ୍କ ପ୍ରେମ, ଶାନ୍ତି ଓ ଭାଇଚାରା ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତ ଯୋଡୋ ଯାତ୍ରା ପୂରା କରିବାର ସଂକଳ୍ପ ବି ନେଇଛନ୍ତି। ଏହା ଛଡ଼ା ରାହୁଲ ଦେଶବାସୀଙ୍କୁ ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
महाराष्ट्र में यात्रा की शुरुआत, गुरपुरब के शुभ अवसर पर गुरुद्वारा यादगारी बाबा ज़ोरावर सिंह जी, फतेह सिंह जी में अरदास से की।
गुरु नानक जी के प्रेम, शांति और भाईचारे की सीख को दिल से लगाकर हम भारत जोड़ने का यह संकल्प पूरा करेंगे।
सभी देशवासियों को गुरपुरब की लाखों बधाइयां। pic.twitter.com/WgWKmeGiWr
— Rahul Gandhi (@RahulGandhi) November 8, 2022
ଆଜି ଗୁରୁ ନାନକ ଜୟନ୍ତୀ। ସେ ହେଉଛନ୍ତି ଶିଖ୍ ଧର୍ମର ପ୍ରତିଷ୍ଠାତା। ଶିଖ୍ ଧର୍ମୀମାନଙ୍କ ପାଇଁ ଗୁରୁ ନାନକ ଖୁବ୍ ଗୁରୁତ୍ୱ ରଖନ୍ତି। ଗୁରୁ ନାନକ ତାଙ୍କର ପୂରା ଜୀବନକୁ ମାନବ କଲ୍ୟାଣ ଦିଗରେ ଶେଷ କରି ଦେଇଛନ୍ତି।
The post ନୂଆ ରୂପରେ ରାହୁଲ ଗାନ୍ଧି, ଚିହ୍ନିବା ମୁସକିଲ appeared first on Odisha Reporter.
from Odisha Reporter https://ift.tt/hTfawcG
No comments:
Post a Comment