ବାର୍‌ହା ଫାଶ ନେଇଗଲା ଯୁବକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 7, 2022

ବାର୍‌ହା ଫାଶ ନେଇଗଲା ଯୁବକଙ୍କ ଜୀବନ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବାର୍‌ହା ଶିକାର ପାଇଁ ପଡ଼ିଥିଲା ଫାଶ। ତେବେ ସେଥିରେ ବାର୍‌ହା ବଦଳରେ ପଡ଼ିଗଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି। ଆଉ ଅକାଳରେ ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ନିଶାବିରା ଗାଁ ପହିନାଳ କଟା ଜଙ୍ଗଲରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବ ସାହୁ। ତାଙ୍କ ଘର ନିଶାବିରା ଗାଁରେ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଘରୁ କେଉଁଆଡ଼େ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ଆଜି ତାଙ୍କ ମୃତଦେହ ପହିନଳା କଟା ଜଙ୍ଗଲରୁ ମିଳିଥିଲା। ତାଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଛି। ବାର୍‌ହା ଶିକାର ପାଇଁ ବିଦ୍ୟୁତ୍ ଚାର୍ଜ କରି ବିଛା ଯାଇଥିବା ଫାଶରେ ପଡ଼ି ତାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

କେଉଁମାନେ ଏହି ଫାଶ ବିଛାଇଥିଲେ, ତାହା ଜଣାପଡ଼ିନି। ତେବେ ଏହି ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବିଦ୍ୟୁତ୍ ଚାର୍ଜିତ ଫାଶକୁ ଉଠାଇ ନେଇଛନ୍ତି। ରିଆମାଳ ଥାନା ପୁଲିସ୍ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

The post ବାର୍‌ହା ଫାଶ ନେଇଗଲା ଯୁବକଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/wzmcXRr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages