ବ୍ୟାପୁଛି ଜିନ୍‌ପିଙ୍ଗ ବିରୋଧୀ ନିଆଁ, କଟକଣା ହଟାଇବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 27, 2022

ବ୍ୟାପୁଛି ଜିନ୍‌ପିଙ୍ଗ ବିରୋଧୀ ନିଆଁ, କଟକଣା ହଟାଇବାକୁ ଦାବି

ବେଜିଂ: ଯେଉଁଠୁ ପ୍ରଥମେ ଆରମ୍ଭ ହୋଇଥିଲା ସେଠାରେ ହିଁ ପୁଣି ଥରେ ଆତଙ୍କ ଖେଳାଇଛି ମାରାତ୍ମକ ଭୂତାଣୁ କରୋନା। ଏଥିପାଇଁ ଚୀନ୍‌ରେ ଜିରୋ କୋଭିଡ ପଲିସି ଲାଗୁ କରାଯାଇଛି। ଏହାକୁ ନେଇ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ବିରୋଧରେ ନିଆଁ ବ୍ୟାପିବାରେ ଲାଗିଛି। କରୋନାର ଏହି କଠୋର କଟକଣାକୁ ଚୀନ୍‌ବାସୀ ବିରୋଧ କରୁଛନ୍ତି। ଚୀନ୍ ନାଗରିକମନେ ଆଜି ସକାଳୁ ଶଙ୍ଗାଇରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ଚୀନ୍‌ର ବିଭିନ୍ନ ସହରରୁ ଲୋକେ ଏକାଠି ହୋଇ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି। ଚୀନ୍ କମ୍ୟୁନିଷ୍ଟ ପାର୍ଟିକୁ ହଟାଅ, ଆମକୁ ସ୍ୱାଧୀନତା ଦିଅ ଭଳି ନାରା ଦେଇଛନ୍ତି। ଏଥିସହ କରୋନା ଲକଡାଉନ୍ ହଟାଇବାକୁ ମଧ୍ୟ ଦାବି ହୋଇଛି। ସୋଶାଲ ମିଡିଆରେ ଏହି ବିରୋଧ ପ୍ରଶର୍ଦନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅଧିକାଂଶ ଲୋକେ ଏହି ବିରୋଧ ପ୍ରଶର୍ଦନକୁ ସମର୍ଥନ ମଧ୍ୟ କରିଛନ୍ତି।

ବାସ୍ତବରେ ଶିଜିୟାଙ୍ଗର ରାଜଧାନୀ ଉରୁମକିରେ ଗୁରୁବାର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା। କରୋନା ଯୋଗୁଁ ଉକ୍ତ ବିଲ୍ଡିଂକୁ ଆଂଶିକ ରୂପେ ସିଲ୍ କରାଯାଇଥିଲା। ଏଥିପାଇଁ ଲୋକଙ୍କୁ ରକ୍ଷା କରାଯାଇପାରିଲା ନାହିଁ। ଏହାକୁ ନେଇ ପୂରା ଚୀନ୍‌ବାସୀ କ୍ରୋଧିତ ହୋଇପଡିଥିଲେ। ଶନିବାର ରାତିରେ ଶହ ଶହ ଲୋକ ଶାଙ୍ଘାଇର ବୁଲୁମୁକି ରୋଡ୍‌ରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିରୋଧ ପ୍ରଦର୍ଶନ ଆଜି ବି ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଚୀନ୍‌ରେ ଏବେବି କରୋନା ସ୍ଥିତି ଭୟଙ୍କର ରହିଛି। କିଛି ଦିନର ବ୍ୟବଧାନ ପରେ ଏଠାରେ ଦୈନିକ ସଂକ୍ରମିତ ସଂଖ୍ୟା ୪୦ ହଜାର ଡେଇଁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସହରରେ ଲକଡାଉନ୍ ଲାଗୁ କରାଯିବା ସହ ଅନ୍ୟ କଟକଣା ମଧ୍ୟ ଜାରି କରାଯାଇଛି। କରୋନା ଯୋଗୁଁ ବେଜିଂ ଜିରୋ କୋଭିଡ ନୀତି ପାଳନ କରୁଛି। ଏଥିଯୋଗୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

The post ବ୍ୟାପୁଛି ଜିନ୍‌ପିଙ୍ଗ ବିରୋଧୀ ନିଆଁ, କଟକଣା ହଟାଇବାକୁ ଦାବି appeared first on Odisha Reporter.



from Odisha Reporter https://ift.tt/JsaqQIR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages