ବିଜେପି ବିଧାୟକଙ୍କ ଗାଡ଼ିି ଦୁର୍ଘଟଣାଗ୍ରସ୍ତ, ଖାଇକୁ ଖସିଲା ଫର୍ଚୁନର୍ କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 23, 2022

ବିଜେପି ବିଧାୟକଙ୍କ ଗାଡ଼ିି ଦୁର୍ଘଟଣାଗ୍ରସ୍ତ, ଖାଇକୁ ଖସିଲା ଫର୍ଚୁନର୍ କାର୍‌

ମୁମ୍ବାଇ: ଦୁର୍ଘଟଣାର ଶିକାର ହେଲେ ବିଜେପି ବିଧାୟକ। ଖାଇକୁ ଖସିଲା ତାଙ୍କ ଫର୍ଚୁନର୍ କାର୍। ମହାରାଷ୍ଟ୍ର ସତାରା ଜିଲ୍ଲାର ଫଲଟନ୍ ନିକଟରେ ବିଜେପି ବିଧାୟକ ଜୟକୁମାର ଗୋରେଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି।

ପୁଲିସ ସୂଚନା ମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ବିଧାୟକଙ୍କ ସମତେ ଦୁଇ ଜଣ ଗାର୍ଡ ଓ ଗାଡି ଡ୍ରାଇଭର ଗୁରୁତର ହୋଇଛନ୍ତି। ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଲୋନନ୍ଦ-ଫଲଟନ ମାର୍ଗରେ ଥିବା ପୋଲ ନିକଟରେ ୩୦ ଫୁଟ ଖାଇ ତଳକୁ ଗାଡିଟି ଖସି ପଡିଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ବିଜେପି ବିଧାୟକ ଜୟକୁମାରଙ୍କୁ ପୁଣେର ରୁବି ହଲ୍ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତଙ୍କ ଅନ୍ୟ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଜୟକୁମାର ସତାରା ଜିଲ୍ଲା ମାନ ବିଧାନସଭା ଆସନରୁ ବିଧାୟକ ଅଛନ୍ତି।

The post ବିଜେପି ବିଧାୟକଙ୍କ ଗାଡ଼ିି ଦୁର୍ଘଟଣାଗ୍ରସ୍ତ, ଖାଇକୁ ଖସିଲା ଫର୍ଚୁନର୍ କାର୍‌ appeared first on Odisha Reporter.



from Odisha Reporter https://ift.tt/diA4TrY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages