ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 23, 2022

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ୨୮ ତାରିଖ ଯାଏ  ଏହି ମହୋତ୍ସବ ଚାଲିବ। ଏହି ମହୋତ୍ସବରେ ବଲିଉଡ ଓଲିଉଡ କଳାକାରଙ୍କର ସମାଗମ ହୋଇଥାଏ।  କରୋନାର ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହୋଇପାରେ।  ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ରହିବେ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ଚଳିତ ଥର ୨୫୦ଟି ଷ୍ଟଲ ଖୋଲିବା ସହ ରାଜ୍ୟ  ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନାର ସତର୍କତା ନେଇ ନିର୍ଦ୍ଦେଶ ଆସିବା ପରେ ମହୋତ୍ସବ ପାଳନ ନେଇ ଆଶଙ୍କା ଦେଖାଦେଇଛି। ସେପଟେ ପ୍ରବଳ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

 

The post ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ appeared first on Odisha Reporter.



from Odisha Reporter https://ift.tt/8lETMRj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages