ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଦିନ ସମୟରେ ଜଣେ ଯୁବକଙ୍କ ସହ ନିଶାଶକ୍ତ ଯୁବକଙ୍କର ବଚସା ଓ ଠେଲାପେଲା ହେଲା। ରାତିରେ ଯୁବକଙ୍କ ଘର ଉପରକୁ ବୋମାମାଡ଼ କରାଗଲା। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗାଁରେ। ବୋମାମାଡ଼ରେ କାହାର କିଛି କ୍ଷତି ହୋଇନାହିଁ। ହେଲେ ଘରେ ଥିବା ବାଇକ୍ ଓ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି।
ଗତକାଲି ମଳିପଡାର ଭଗବତୀ ମନ୍ଦିର ନିକଟରେ ଭାଗିରଥି ପାହାଡସିଂହ କିଛି ଯୁବକଙ୍କ ସହ ମିଶି ବ୍ୟାଚମେଟ ଭୋଜି କରୁଥିଲେ। ସେଠାରେ କିଛି ବାହାର ଯୁବକ ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲେ। ଭାଗିରଥି ସେମାନଙ୍କୁ ବାରଣ କରିଥିଲେ। ତେବେ ଏହି କଥାକୁ ନେଇ କିଛି ନିଶାସକ୍ତ ଯୁବକମାନଙ୍କ ସହିତ ଭାଗିରଥିଙ୍କର ବଚସା ଓ ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ଭାଗିରଥି ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ରାତିରେ ୫ରୁ ୬ ଜଣ ଦୁର୍ବୃତ୍ତ ଆସି ଭାଗିରଥିଙ୍କ ଘର ଉପରକୁ ୪ଟି ବୋମା ପକାଇଥିଲେ। ଏନେଇ ଭାଗିରଥି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବାପରେ ଜଙ୍କିଆ ପୁଲିସ ଘଟଣାର ତଦନ୍ତ କରୁଛି।
The post ଦିନରେ ଠେଲାପେଲା, ରାତିରେ ଘର ଉପରେ ପଡ଼ିଲା ବୋମା appeared first on Odisha Reporter.
from Odisha Reporter https://ift.tt/RhaLEy9
No comments:
Post a Comment