ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 31, 2022

ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌!

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ଦୁର୍ଘଟଣା। ଏକ ଟ୍ରକ୍ ପଛରେ ପିସିଆର୍ ଭ୍ୟାନ୍ ପିଟି ହେବାରୁ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଭୋରରେ ଘଟିଛି ଏହି ଦୁର୍ଘଟଣା।

ଏହି ଦୁର୍ଘଟଣାରେ ଅଇଁଠାପାଲି ଥାନାର ଏହି ପିସିଆର ଭ୍ୟାନ୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ ଏଥିରେ ମୋଟ ୪ ଜଣ ପୁଲିସ୍ କର୍ମଚାରୀ ଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ପୁଲିସ୍ ଗାଡ଼ି
ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନି। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯେ ପିସିଆର୍ ଭ୍ୟାନ୍‌ଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ବି ସେମିତି ଲାଗୁଛି। କିନ୍ତୁ ପୁଲିସ୍ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ।

The post ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌! appeared first on Odisha Reporter.



from Odisha Reporter https://ift.tt/xRnm9SA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages