ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ଜଣେ ଟେଲରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ତଅଁଳା ଗାଁରେ।
ମୃତ ଟେଲରଙ୍କ ନାଁ ପୁରୁଷୋତ୍ତମ ବେହେରା। ଗତକାଲି ରାତିରେ ତାଙ୍କ ମୃତଦେହକୁ ତଅଁଳା ଗାଁ ନର୍ସରୀ ନିକଟରେ ଏକ ନାଳରେ ଠାବ କରାଯାଇଥିଲା। ପୁରୁଷୋତ୍ତମଙ୍କ ତଣ୍ଟିରେ କଟି ଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ତଅଁଳା ଗାଁର ଜଣେ ବ୍ୟକ୍ତି ପୁରୁଷୋତ୍ତମଙ୍କ ଠାରୁ ୬ ହଜାର ଟଙ୍କା ନେଇ ଆଉ ଫେରାଉ ନଥିଲା। ପୁରୁଷୋତ୍ତମ ବାରମ୍ୱାର ତାଙ୍କୁ ଟଙ୍କା ମାଗୁଥିଲେ ମଧ୍ୟ ସେ କିଛି ଶୁଣୁ ନଥିଲେ। ଗତକାଲି ଉକ୍ତ ବ୍ୟକ୍ତି ଫୋନ କରି ପୁରୋଷୋତ୍ତମକୁ ଭୋଜି କରିବାକୁ ଡାକି ଥିଲେ। ସେଠାରେ ତାଙ୍କ ଟଙ୍କା ମଧ୍ୟ ଫେରାଇ ଦେବେ ବୋଲି କହିଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ପୁରୁଷୋତ୍ତମ ଘରକୁ ଫେରି ନଥିଲେ। ଗାଁ ନର୍ସରୀ ନିକଟରେ ଲୋକେ ତାଙ୍କ ବାଇକ୍ ଥିବା ଲୋକେ ଦେଖିଥିଲେ। ତା’ପରେ ଖୋଜାଖୋଜି କରିବାରୁ ନିକଟରେ ଥିବା ଏକ ନାଳରେ ପୁରୁଷୋତ୍ତମଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ବେଲପଡ଼ା ପୁଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି।
The post ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ତଣ୍ଟିକାଟି ମାରିଦେଲେ appeared first on Odisha Reporter.
from Odisha Reporter https://ift.tt/gpcNRqQ
No comments:
Post a Comment